Door43-Catalog_or_tn/LUK/01/59.md

2.1 KiB

ଅଷ୍ଟମ ଦିନରେ ଏହା ଏହିପରି ଅନୁବାଦ କରାଯାଇପାରେ “ଶିଶୁ ଜନ୍ମ ହେଲା ପରେ ଅଷ୍ଟମ ଦିନରେ” କିମ୍ବା “ଯେତେବେଳେ ସେହି ଶିଶୁ ଆଠ ଦିନ ବୟସର ଥିଲା।”

ସେମାନେ

ଏହା ଏହିପରି ଅନୁବାଦ କରାଯାଇପାରେ “ଜିଖରିୟ ଓ ଏଲିଶାବେଥ୍‌ଙ୍କ ବନ୍ଧୁ ଓ ଆତ୍ମୀୟମାନେ” କିମ୍ବା ସରଳଭାବରେ “ଲୋକମାନେ।”

ଶିଶୁକୁ ସୁନ୍ନତ କରିବାକୁ

ଏହା ଏହିପରି ଅନୁବାଦ କରାଯାଇପାରେ “ଶିଶୁ ସୁନ୍ନତ ହେବା ନିମନ୍ତେ” କିମ୍ବା “ଶିଶୁର ସୁନ୍ନତ ବିଧି ଉତ୍ସବ ନିମନ୍ତେ।” ଜଣେ ବ୍ୟକ୍ତି ଶିଶୁକୁ ସୁନ୍ନତ କରେ ଏବଂ ଅନ୍ୟମାନେ ସେହି ପରିବାର ସହିତ ଉତ୍ସବ ପାଳନ କରିବା ନିମନ୍ତେ ସେଠାରେ ରୁହନ୍ତି।

ସେମାନେ ତାହାର ନାମ ଡାକି ପାରନ୍ତି

“ସେମାନେ ତାହାର ନାମ ଦେବାକୁ ଉଦ୍ୟତ ହେଲେ” କିମ୍ବା “ସେମାନେ ତାହାର ନାମ ଦେବାକୁ ଇଚ୍ଛା କଲେ”

ତାହାର ପିତାଙ୍କ ନାମ ଅନୁସାରେ

ଏହା ଏହିପରି ଅନୁବାଦ କରାଯାଇପାରେ “ତାହାର ପିତା ସଦୃଶ୍ୟ” କିମ୍ବା “ତାହାର ପିତାଙ୍କ ନାମ।”

ଏହି ନାମ

ଯେହେତୁ ଏଲିଶାବେଥ୍ ନାମ କହିଲେ ଏବଂ ସେମାନେ ତାହାଙ୍କ ସହିତ କଥାବାର୍ତ୍ତା ହେଉଥିଲେ, ଏହା ଏହିପରି ଅନୁବାଦ କରାଯାଇପାରେ “ସେହି ନାମ।”