Door43-Catalog_or_tn/LUK/01/42.md

2.8 KiB

ସେ

ଏହା ଏଠାରେ ଅଧିକ ସ୍ପଷ୍ଟ କିମ୍ବା ସ୍ୱାଭାବିକ ହୋଇପାରେ “ଏଲିଶାବେଥ୍” କହିବାକୁ, ତୁମ୍ଭେ କିପରି ପୂର୍ବ ପଦକୁ ଅନୁବାଦ କଲ ତାହା ନିର୍ଭର କରେ।

ତୁମ୍ଭ ଗର୍ଭର ଫଳ

ଏହା ଏହିପରି ଅନୁବାଦ କରାଯାଇପାରେ “ତୁମ୍ଭ ଗର୍ଭସ୍ଥ ଶିଶୁ” କିମ୍ବା “ତୁମ୍ଭେ ଯେଉଁ ଶିଶୁକୁ ପ୍ରସବ କରିଵ” (ୟୁଡିବୀ)। (ଦେଖନ୍ତୁ: ଉଦାହରଣ)

ମୋ' ପ୍ରଭୁଙ୍କର ମାତା ଯେ ମୋ' ନିକଟକୁ ଆସିବେ, ମୋହର ଏ ସୌଭାଗ୍ୟ କେଉଁଠାରୁ ହେଲା?

ଏହା ଏହିପରି ଅନୁବାଦ କରାଯାଇପାରେ “ମୋ' ପ୍ରଭୁଙ୍କର ମାତା ଯେ ମୋ' ନିକଟକୁ ଆସିବେ ଏହା କିପରି ଆଶ୍ଚର୍ଯ୍ୟଜନକ ଅଟେ!” ଏଲିଶାବେଥ୍ ସମାଚାର ବିଷୟରେ ପଚାରି ନ ଥିଲେ। ବରଂ ତାହାଙ୍କ ନିକଟକୁ ପ୍ରଭୁଙ୍କର ମାତା ଆସିଅଛନ୍ତି ବୋଲି ସେ କିପରି ଆଶ୍ଚର୍ଯ୍ୟ ଓ ଆନନ୍ଦିତ ହେଲେ ତାହା ପ୍ରକାଶ କରୁଅଛନ୍ତି। (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ମୋ' ପ୍ରଭୁଙ୍କ ମାତା

ଏହା ଏହିପରି ଅନୁବାଦ କରାଯାଇପାରେ “ତୁମ୍ଭେ, ମୋ' ପ୍ରଭୁଙ୍କ ମାତା” ଯେହେତୁ ଏହା ମରିୟମଙ୍କୁ ଦର୍ଶାଏ।

ପ୍ରବେଶ କରିବା ମାତ୍ର

“ହଠାତ୍ ପ୍ରବେଶ କରିବା” କିମ୍ବା “ବଳପୂର୍ବକ ବୁଲିଲା”

ଯେ ବିଶ୍ୱାସ କଲେ ସେ ଧନ୍ୟ

ଏହା ଏହିପରି ଅନୁବାଦ କରାଯାଇପାରେ “ତୁମ୍ଭେ ଯେ ବିଶ୍ୱାସ କଲ ସେ ଧନ୍ୟ ଅଟନ୍ତି” କିମ୍ବା “କାରଣ ତୁମ୍ଭେ ବିଶ୍ୱାସ କଲ, ତୁମ୍ଭେ ଆନନ୍ଦିତ ହେବ।”

ପ୍ରଭୁଙ୍କ ଠାରୁ ତାଙ୍କୁ ଯାହା ଯାହା କୁହାଯାଇଅଛି

ଏହା ଏହିପରି ଅନୁବାଦ କରାଯାଇପାରେ “ପ୍ରଭୁଙ୍କ ଠାରୁ ଯେଉଁ ସମାଚାର ତାଙ୍କୁ ଦିଆଯାଇଥିଲା” କିମ୍ବା “ଯେଉଁ ବିଷୟ ପ୍ରଭୁ ତୁମ୍ଭକୁ କହିଲେ।”