Door43-Catalog_or_tn/LUK/01/36.md

2.8 KiB

(ଦୂତ ମରିୟମଙ୍କ ସହିତ କଥାହୋଇ ଆସୁଅଛନ୍ତି :)

ତୁମ୍ଭର ଆତ୍ମୀୟା

ଯଦି ତୁମ୍ଭେ ସଠିକ ସମ୍ପର୍କ ଆବଶ୍ୟକ ମନେ କର, ସମ୍ଭବତଃ ଏଲିଶାବେଥ୍ ମରିୟମଙ୍କ ପିଉସୀ କିମ୍ବା ସାଆନ୍ତ ପିଉସୀ।

ମଧ୍ୟ ତାହାଙ୍କ ବୃଦ୍ଧାବୟସରେ ଗୋଟିଏ ପୁତ୍ର ଗର୍ଭରେ ଧାରଣ କରିଅଛନ୍ତି

“ମଧ୍ୟ ଏକ ପୁତ୍ର ଗର୍ଭବତୀ ହୋଇଅଛନ୍ତି, ଯଦ୍ୟପି ସେ ବହୁତ ବୃଦ୍ଧା ଅଟନ୍ତି” କିମ୍ବା “ଯଦ୍ୟପି ସେ ବହୁତ ବୃଦ୍ଧା ଅଟନ୍ତି, ତାହା ସତ୍ୱେ ମଧ୍ୟ ଗର୍ଭବତୀ ହୋଇଅଛନ୍ତି ଓ ପୁତ୍ର ପ୍ରସବ କରିବେ।” ନିଶ୍ଚିତ କରନ୍ତୁ ଯେ ଏହା ତାହା ନୁହେଁ ଉଭୟେ ଏଲିଶାବେଥ୍ ଓ ମରିୟମ ବୃଦ୍ଧା ଥିଲେ ଯେତେବେଳେ ସେମାନେ ଗର୍ଭବତୀ ହେଲେ।

ଈଶ୍ୱରଙ୍କ ନିମନ୍ତେ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ!

ଏହା ଏହିପରି ଅନୁବାଦ କରାଯାଇପାରେ “କାରଣ ଈଶ୍ୱର ସମସ୍ତ କାର୍ଯ୍ୟ କରି ପାରନ୍ତି।” ଈଶ୍ୱର ଯାହା ଏଲିଶାବେଥ୍ ନିମନ୍ତେ କଲେ ତାହା ପ୍ରମାଣ କରେ ଯେ ଈଶ୍ୱର କୌଣସି ବିଷୟ ମଧ୍ୟ କରିବାକୁ ସମର୍ଥ ଅଟନ୍ତି, ଓ ସେ ମରିୟମଙ୍କୁ ମଧ୍ୟ ତାହାଙ୍କ ଶାରୀରିକ ସମ୍ପର୍କ ବିନା ଗର୍ଭବତୀ ହେବା ନିମନ୍ତେ ସକ୍ଷମ କଲେ।

ମୁଁ ପ୍ରଭୁଙ୍କ ଦାସୀ

“ମୁଁ ପ୍ରଭୁଙ୍କର ଜଣେ ଦାସୀ ଅଟେ।” ଏକ ବକ୍ତବ୍ୟ ବାଛନ୍ତୁ ଯାହା ପ୍ରଭୁଙ୍କ ପ୍ରତି ତାହାଙ୍କ ନମ୍ରତା ଓ ଆଜ୍ଞାକାରିତାକୁ ଦେଖାଏ। ସେ ପ୍ରଭୁଙ୍କ ଦାସୀ ହେବା ବିଷୟରେ ଦର୍ପ କରୁ ନାହାନ୍ତି।

ଏହା ମୋ' ପ୍ରତି ଘଟୁ

“ଏହି ସମସ୍ତ ବିଷୟ ମୋ' ପ୍ରତି ଘଟୁ।” ଘଟିବାକୁ ଯାଉଥିବା ଯେଉଁ ବିଷୟରେ ଦୂତ ତାହାଙ୍କୁ କହିଲେ ସେ ବିଷୟରେ ମରିୟମ ଆପଣା ଇଚ୍ଛା ବ୍ୟକ୍ତ କରୁଛନ୍ତି।