Door43-Catalog_or_tn/LUK/01/34.md

2.3 KiB

ଏହା କିପରି ହେବ

ଏହା ଏହିପରି ଅନୁବାଦ କରାଯାଇପାରେ “କିପରି ଏହା ସମ୍ଭବ?” ମରିୟମ ବୁଝି ପାରିଲେ ନାହିଁ ଏହା କିପରି ହେବ ଏହା ସତ୍ତ୍ୱେ, ଏହା ହେବ ବୋଲି ସେ ଅବିଶ୍ୱାସ କଲେ ନାହିଁ।

ତୁମ୍ଭ ଉପରେ ଅବତରଣ କରିବ

ଏହି ବାକ୍ୟାଂଶ ଓ ପରବର୍ତ୍ତୀ ବାକ୍ୟାଂଶରେ ଏହା ଏକ କହିବା ଶୈଳୀ ଅଟେ ଯେ ପବିତ୍ରଆତ୍ମା ଅଲୌକିକ ଭାବରେ ମରିୟମ ଗର୍ଭବତୀ ହେବାର କାରଣ ହୋଇଥିଲେ ଯେତେବେଳେ ସେପର୍ଯ୍ୟନ୍ତ ସୁଦ୍ଧା ସେ ଏକ କୁମାରୀ ଥିଲେ। ନିଶ୍ଚିତ କରନ୍ତୁ ଏହା ସ୍ପଷ୍ଟ ଅଟେ ଯେ ସେଠାରେ କୌଣସି ଶାରୀରିକ ମିଳନ ସମ୍ପୃକ୍ତ ନ ଥିଲା; ଏହା ଏକ ଆଶ୍ଚର୍ଯ୍ୟକର୍ମ ଥିଲା।

ଶକ୍ତି

ଏହା ଏହିପରି ଅନୁବାଦ କରାଯାଇପାରେ “ତାହାଙ୍କ ଶକ୍ତି ଦ୍ୱାରା।”

ତୁମ୍ଭକୁ ଆବୋରିବ

ଏହା ଏହିପରି ଅନୁବାଦ କରାଯାଇପାରେ “ଛାୟା ସଦୃଶ୍ୟ ତୁମ୍ଭକୁ ଆବୃତ କରିବ” କିମ୍ବା “ତୁମ୍ଭ ସହିତ ରହିବେ” କିମ୍ବା, “ଏହା ହେବା ନିମନ୍ତେ କାରଣ ହେବ।” ପୂନର୍ବାର, ନିଶ୍ଚିତ ହୁଅନ୍ତୁ ଯେ ଏହା ଶାରୀରିକ ମିଳନର କୌଣସି ଇଙ୍ଗିତ ନୁହେଁ।

ପବିତ୍ର ବ୍ୟକ୍ତି

“ପବିତ୍ର ସନ୍ତାନ” କିମ୍ବା “ପବିତ୍ର ଶିଶୁ”

ଖ୍ୟାତ ହେବେ

ଏହା ଏହିପରି ଅନୁବାଦ କରାଯାଇପାରେ “ଲୋକେ ତାହାଙ୍କୁ ଡାକିବେ” କିମ୍ବା “ସେ ଅଟନ୍ତି ବୋଲି ଲୋକେ ସ୍ୱୀକାର କରିବେ।”