Door43-Catalog_or_tn/LUK/01/30.md

2.2 KiB

ଈଶ୍ୱରଙ୍କ ଛାମୁରେ ଅନୁଗ୍ରହ ପ୍ରାପ୍ତ ହୋଇଅଛ

ଏହା ଏହିପରି ଅନୁବାଦ କରାଯାଇପାରେ “ଈଶ୍ୱର ତୁମ୍ଭକୁ ଆପଣା ଅନୁଗ୍ରହ ଦେବା ନିମନ୍ତେ ସ୍ଥିର କରିଅଛନ୍ତି” କିମ୍ବା “ଈଶ୍ୱର ତୁମ୍ଭ ପ୍ରତି ଅନୁଗ୍ରହକାରୀ ହୋଇଅଛନ୍ତି” କିମ୍ବା “ଈଶ୍ୱର ଆପଣା ଦୟା ତୁମ୍ଭକୁ ଦେଖାଇଅଛନ୍ତି।”

ପରାତ୍ପରଙ୍କ ପୁତ୍ର ବୋଲି ଖ୍ୟାତ ହେବେ

ଏହା ଏହିପରି ଅନୁବାଦ କରାଯାଇପାରେ “ଲୋକମାନେ ତାହାଙ୍କୁ ପରାତ୍ପରଙ୍କ ପୁତ୍ର ବୋଲି ଡାକିବେ” କିମ୍ବା “ସେ ପରାତ୍ପରଙ୍କ ପୁତ୍ର ବୋଲି ଲୋକେ ସ୍ୱୀକାର କରିବେ।”

ତାହାଙ୍କୁ ତାହାଙ୍କ ପିତା ଦାଉଦଙ୍କ ସିଂହାସନ ଦାନ କରିବେ

ଏହା ଏହିପରି ଅନୁବାଦ କରାଯାଇପାରେ “ତାହାଙ୍କୁ ରାଜା ରୂପରେ ଶାସନ କରିବାକୁ ଅଧିକାର ଦେବେ ଯେପରି ତାହାଙ୍କ ପିତୃପୁରୁଷ ଦାଉଦ କଲେ।” ସିଂହାସନ ହେଉଛି ଶାସନ କରିବାକୁ ରାଜାଙ୍କ ଅଧିକାରର ପ୍ରତିରୂପ ଅଟେ। (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ତାହାଙ୍କ ପିତା

ବାଇବଲରେ ଅନେକ ସମୟରେ ଏହି ଶବ୍ଦ “ପିତା” ବ୍ୟବହାର କରାଯାଏ ପିତୃପୁରୁଷଙ୍କୁ ଦର୍ଶାଇବା ନିମନ୍ତେ ଏବଂ ଏହି ଶବ୍ଦ “ପୁତ୍ରମାନେ” ବ୍ୟବହାର କରାଯାଏ ବଂଶଜମାନଙ୍କୁ ଦର୍ଶାଇବା ନିମନ୍ତେ। ଏହି ଶବ୍ଦ “ତାହାଙ୍କ” ମରିୟମଙ୍କ ପୁତ୍ରଙ୍କୁ ଦର୍ଶାଏ।