Door43-Catalog_or_tn/LUK/01/26.md

2.4 KiB

ଗାବ୍ରିଏଲ ଦୂତ ଈଶ୍ୱରଙ୍କ ନିକଟରୁ ପ୍ରେରିତ ହେଲେ

ଏହା ପ୍ରତ୍ୟକ୍ଷ ବାଚ୍ୟରେ ଏହିପରି ଅନୁବାଦ କରାଯାଇପାରେ “ଈଶ୍ୱର ଗାବ୍ରିଏଲ ଦୂତକୁ ଯିବା ନିମନ୍ତେ ଆଦେଶ ଦେଲେ।” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ବିବାହନିର୍ବନ୍ଧ ହୋଇଥିଲା

“ପ୍ରତିଶୁତି ଦେଇଥିଲେ” କିମ୍ବା “ବିବାହ କରିବା ନିମନ୍ତେ ପ୍ରତିଜ୍ଞା କରିଥିଲେ।” ଯାହାର ଅର୍ଥ, ମରିୟମଙ୍କ ପିତାମାତା ଯୋଷେଫଙ୍କ ସହିତ ତାହାର ବିବାହ କରିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ ଥିଲେ।

ତାହାଙ୍କ ନିକଟକୁ ଆସିଲେ

“ମରିୟମ ଯେଉଁଠାରେ ଥିଲେ ସେଠାକୁ ଆସିଲେ” କିମ୍ବା “ମରିୟମ ଯେଉଁଠାରେ ଥିଲେ ସେଠାକୁ ଗଲେ”

ଅଭିନନ୍ଦନ

“ଉଲ୍ଲସିତ” କିମ୍ବା “ଆନନ୍ଦିତ ହେବା।” ଏହା ଏକ ସାଧାରଣ ଅଭିବାଦନ ଥିଲା।

ଅନୁଗ୍ରହପାତ୍ରୀ

ଏହା ଏହିପରି ଅନୁବାଦ କରାଯାଇପାରେ “ତୁମ୍ଭେ ଯେ ଅତ୍ୟଧିକ ଅନୁଗ୍ରହପାତ୍ରୀ ଅଟ“ କିମ୍ବା “ତୁମ୍ଭେ ଯେ ଅନୁଗ୍ରହ ପ୍ରାପ୍ତ ହୋଇଅଛ” କିମ୍ବା “ତୁମ୍ଭେ ଯେ କରୁଣା ଗ୍ରହଣ କରିଅଛ।”

ଅତିଶୟ ଉଦ୍‌ବିଗ୍ନ ହୋଇ

“ବିଚଳିତ ହୋଇ” କିମ୍ବା “ଭୟଭୀତ ଓ ଅସ୍ପଷ୍ଟ ହୋଇ”

ଏହା କିପ୍ରକାର ସମ୍ଭାଷଣ ହୋଇପାରେ

ମରିୟମ ପ୍ରତ୍ୟେକ ବାକ୍ୟର ଅର୍ଥ ବୁଝିଲେ କିନ୍ତୁ ସେ ବୁଝି ପାରିଲେ ନାହିଁ ଯେ, କାହିଁକି ସେହି ସମସ୍ତ ବିଷୟ ଦୂତ ତାହାଙ୍କୁ କହିଲେ।