Door43-Catalog_or_tn/LUK/01/16.md

3.2 KiB

(ଦୂତ ଜିଖରିୟଙ୍କ ସହିତ କଥାହୋଇ ଆସୁଅଛନ୍ତି ।)

ଇସ୍ରାଏଲ

ସନ୍ତାନମାନଙ୍କ ମଧ୍ୟରୁ ଯଦି ଏହା ଏପରି ଜଣାପଡେ ଯେ ଜିଖରିୟ ଅନ୍ତର୍ଭୁକ୍ତ ନୁହନ୍ତି, ଏହା ଏହିପରି ଅନୁବାଦ କରାଯାଇପାରେ “ଇସ୍ରାଏଲ ବଂଶଜମାନଙ୍କ ମଧ୍ୟରୁ” କିମ୍ବା “ତୁମ୍ଭମାନଙ୍କ ମଧ୍ୟରୁ ଅନେକେ ଯେଉଁମାନେ ଈଶ୍ୱରଙ୍କ ସନ୍ତାନ, ଇସ୍ରାଏଲ ଅଟନ୍ତି।” ଯଦି ଏହା ପରିବର୍ତ୍ତନ କରାଯାଏ, ସୁନିଶ୍ଚିତ କରନ୍ତୁ ଯେ “ସେମାନଙ୍କ ଈଶ୍ୱର” ମଧ୍ୟ ପରିବର୍ତ୍ତନ ହୋଇ “ତୁମ୍ଭମାନଙ୍କର(ବହୁବଚନ) ଈଶ୍ୱର।” ହେବ।

ତାହାଙ୍କ ଆଗରେ ଗମନ କରିବେ

ସେ ଯିବେ ଓ ଘୋଷଣା କରିବେ ଯେ ପ୍ରଭୁ ସେମାନଙ୍କ ନିକଟକୁ ଆସିବେ।

ଏଲିୟଙ୍କ ଆତ୍ମା ଓ ଶକ୍ତିରେ

“ସେହି ସମାନ ଆତ୍ମା ଓ ଶକ୍ତି ଯାହା ଏଲିୟଙ୍କ ଥିଲା।” ଏହି ଶବ୍ଦ “ଆତ୍ମା” ହୋଇପାରେ ଏହା ଈଶ୍ୱରଙ୍କ ପବିତ୍ରଆତ୍ମାଙ୍କୁ କିମ୍ବା ଏଲିୟଙ୍କ ମନୋଭାବ ବା ବିବେଚନା କରିବାର ଶୈଳୀକୁ ଦର୍ଶାଏ। ସୁନିଶ୍ଚିତ କରନ୍ତୁ ଯେ ଏହି ଶବ୍ଦ “ଆତ୍ମା” ର ଅର୍ଥ “ଭୁତ” କିମ୍ବା “ମନ୍ଦ ଆତ୍ମା” ନୁହେଁ।

ପିତାମାନଙ୍କ ହୃଦୟ ସନ୍ତାନମାନଙ୍କ ପ୍ରତି ଫେରାଇବାକୁ

ଏହା ଏହିପରି ଅନୁବାଦ କରାଯାଇପାରେ “ପିତାମାନଙ୍କୁ ପୂନର୍ବାର ଆପଣା ସନ୍ତାନମାନଙ୍କ ବିଷୟରେ ଯତ୍ନବାନ ହେବାକୁ ପ୍ରବର୍ତ୍ତାଇବା” କିମ୍ବା “ପିତାମାନେ ଆପଣା ସନ୍ତାନମାନଙ୍କ ସହିତ ଆପଣା ସମ୍ପର୍କକୁ ପୁନଃସ୍ଥାପନ କରାଇବାକୁ।” ଏହା ମାତାମାନଙ୍କ ନିମନ୍ତେ ମଧ୍ୟ ପ୍ରୟୋଗ କରନ୍ତୁ, କିନ୍ତୁ କେବଳ ପିତା ନାମ ଅଛି।

ପ୍ରଭୁଙ୍କ ନିମନ୍ତେ ପ୍ରସ୍ତୁତ କରିବାକୁ

ଏହା ଏହିପରି ଅନୁବାଦ କରାଯାଇପାରେ “ପ୍ରଭୁଙ୍କ ସମାଚାରକୁ ବିଶ୍ୱାସ କରିବା ନିମନ୍ତେ ପ୍ରସ୍ତୁତ” କିମ୍ବା “ପ୍ରଭୁଙ୍କ ଆଜ୍ଞା ପାଳନ କରିବା ନିମନ୍ତେ ପ୍ରସ୍ତୁତ।”

(ଏହା ଦୂତଙ୍କ ବାର୍ତ୍ତାର ଶେଷ ଅଟେ।)