Door43-Catalog_or_tn/LUK/01/14.md

2.3 KiB

(ଦୂତ ଜିଖରିୟଙ୍କ ସହିତ କଥାହୋଇ ଆସୁଅଛନ୍ତି )

ଯେଣୁ

“କାରଣ” କିମ୍ବା “ଏହା ଅତିରିକ୍ତରେ।” କେତେକ ଅନୁବାଦରେ ହୋଇପାରେ ଏହି ଶବ୍ଦ ନ ଥିବ।

ସେ ପ୍ରଭୁଙ୍କ ଛାମୁରେ ମହାନ ହେବ

ଏହା ଏହିପରି ଅନୁବାଦ କରାଯାଇପାରେ “ସେ ପ୍ରଭୁଙ୍କ ନିମନ୍ତେ ଅତି ବିଶେଷ ବିଷୟଗୁଡ଼ିକ କରିବେ।”

ସୁରା

“ସଢ଼ାଯାଇଥିବା ନୂତନ ପାନୀୟ” କିମ୍ବା “ନିଶାକାରକ ପାନୀୟ।” ଏହା ମଦ୍ୟପ ସୁସ୍ୱାଦୁ ପାନୀୟକୁ ଦର୍ଶାଏ ଯାହା ଲୋକମାନଙ୍କର ମାତାଲ ହେବାର କାରଣ ହୋଇପାରେ।

ସେ ପବିତ୍ରଆତ୍ମାରେ ପୂର୍ଣ୍ଣ ହେବ

“ପବିତ୍ରଆତ୍ମା ତାହାଙ୍କୁ ଶକ୍ତି ପ୍ରଦାନ କରିବେ” କିମ୍ବା “ପବିତ୍ରଆତ୍ମା ତାହାଙ୍କୁ ମାର୍ଗଦର୍ଶନ କରିବେ।” ଯଦି ତୁମ୍ଭେ ଏହାକୁ ଏପରି ଅନୁବାଦ କର “ପବିତ୍ରଆତ୍ମା ତାହାଙ୍କୁ ନିୟନ୍ତ୍ରଣ କରିବେ” ସୁନିଶ୍ଚିତ କରନ୍ତୁ ଯେ, ଏହା ତାହା ସଦୃଶ ନୁହେଁ ଯାହା ଏକ ମନ୍ଦ ଆତ୍ମା ଏକ ବ୍ୟକ୍ତି ନିମନ୍ତେ କରିପାରେ।

ତାହାର ମାତାର ଉଦରରୁ ସୁଦ୍ଧା

ଏହି ଶବ୍ଦ “ସୁଦ୍ଧା” ଇଙ୍ଗିତ କରେ ଯେ, ଏହା ବିଶେଷଭାବରେ ଆଶ୍ଚର୍ଯ୍ୟଜନକ ସମ୍ବାଦ ଅଟେ। ପୂର୍ବରୁ ଲୋକେ ପବିତ୍ରଆତ୍ମାରେ ପୂର୍ଣ୍ଣ ହୋଇଆସୁଥିଲେ, କିନ୍ତୁ କେହି ଶୁଣି ନ ଥିଲେ ଯେ, ଏକ ଜନ୍ମ ହୋଇ ନ ଥିବା ଶିଶୁ ପବିତ୍ରଆତ୍ମାରେ ପୂର୍ଣ୍ଣ ହେବ।