Door43-Catalog_or_tn/LUK/01/05.md

3.6 KiB

ଯିହୂଦା ଦେଶର ରାଜା ହେରୋଦଙ୍କ ସମୟରେ

“ଯେଉଁ ସମୟରେ ରାଜା ହେରୋଦ ସମଗ୍ର ଯିହୂଦା ଦେଶରେ ଶାସନ କରୁଥିଲେ”

ଯିହୂଦା

ଏହା ଏହିପରି ଅନୁବାଦ କରାଯାଇପାରେ “ଯିହୂଦା ରାଜତ୍ୱ” କିମ୍ବା “ଯିହୂଦା ଅଞ୍ଚଳ।” କେତେକ ଭାଷାରେ ଏପରି କହିବାକୁ ଅଧିକ ପସନ୍ଦ କରନ୍ତି “ଯେଉଁ ଲୋକମାନେ ଯିହୂଦା ଦେଶରେ ବାସ କରୁଥିଲେ।”

କୌଣସି ଜଣେ ବ୍ୟକ୍ତି ଥିଲେ

“ଏକ ବିଶିଷ୍ଟ ବ୍ୟକ୍ତି ଥିଲେ” କିମ୍ବା “ଜଣେ ଥିଲେ।” ଏହା କାହାଣୀର ବିଶେଷ ଚରିତ୍ରକୁ ପରିଚୟ କରାଇବାର ଏକ ଶୈଳୀ ଅଟେ। ଆପଣଙ୍କ ଭାଷା ଏହା କିପରି କରିବ ସ୍ଥିର କରନ୍ତୁ।

ଦଳ

ଏହା ଏହିପରି ଅନୁବାଦ କରାଯାଇପାରେ “ଯାଜକମାନଙ୍କ ଦଳ” କିମ୍ବା “ଯାଜକମାନଙ୍କ ଗୋଷ୍ଠୀ।”

ଅବିୟଙ୍କ

“ଯେଉଁମାନେ ଅବିୟଙ୍କ ବଂଶଜ।” ଅବିୟ ଏହି ଯାଜକମାନଙ୍କ ଗୋଷ୍ଠୀର ପୂର୍ବପୁରୁଷ ଥିଲେ ଏବଂ ସେମାନେ ସମସ୍ତେ ହରୋଣଙ୍କ ବଂଶଜ ଥିଲେ, ଯିଏ ଜଣେ ପ୍ରଥମ ଇସ୍ରାଏଲୀୟ ଯାଜକ ଥିଲେ।

ତାହାଙ୍କ ଭାର୍ଯ୍ୟା

ଏହା ଏହିପରି ଅନୁବାଦ କରାଯାଇପାରେ “ଜିଖରିୟଙ୍କ ଭାର୍ଯ୍ୟା।”

କନ୍ୟାମାନଙ୍କ ଠାରୁ ଥିଲେ

“ଉତ୍ତରାଧିକାରୀମାନଙ୍କ ଠାରୁ ଜଣେ ଥିଲେ” କିମ୍ବା “ହାରଣଙ୍କ ବଂଶଜ ମଧ୍ୟ ଥିଲେ।” ଏହା ଏହିପରି ଅନୁବାଦ କରାଯାଇପାରେ “ଜିଖରିୟ ଓ ଏଲୀଶାବେଥ ଉଭୟେ ହାରୋଣଙ୍କ ବଂଶଜ ଥିଲେ।”

ଈଶ୍ୱରଙ୍କ ସମ୍ମୁଖରେ

“ଈଶ୍ୱରଙ୍କ ଦୃଷ୍ଟିରେ” କିମ୍ବା “ ଈଶ୍ୱରଙ୍କ ଧାରଣାରେ”

ଆଚରଣ କରୁଥିଲେ

“ଆଜ୍ଞା ପାଳନ କରୁଥିଲେ”

ପ୍ରଭୁଙ୍କର ସମସ୍ତ ଆଜ୍ଞା ଓ ବିଧି ଅନୁସାରେ

ଏହା ଏହିପରି ଅନୁବାଦ କରାଯାଇପାରେ “ଯେଉଁ ସମସ୍ତ ଆଜ୍ଞା ଓ ବିଧି ବିଷୟରେ ପ୍ରଭୁ କହିଥିଲେ।”

କିନ୍ତୁ

ଏହି ବିପରୀତ ବାକ୍ୟ ଦର୍ଶାଏ ଯେ, ଯାହା ଆଶା କରାଯାଉଛି ତାହାର ବିପରୀତରେ ଅନୁକରଣ ହୁଏ। ଲୋକମାନେ ଆଶା କରୁଥିଲେ ଯେ, ଯଦି ସେମାନେ ଯାହା ଠିକ୍ ତାହା କରିଥିଲେ, ଈଶ୍ୱର ସେମାନଙ୍କୁ ସନ୍ତାନ ହେବା ନିମନ୍ତେ ଅନୁମତି ଦେଇଥାନ୍ତେ। ଯଦିଓ ଏହି ଦମ୍ପତି ଯାହା ଠିକ୍ ତାହା କରୁଥିଲେ, ସେମାନଙ୍କର କୌଣସି ସନ୍ତାନ ନ ଥିଲା।