Door43-Catalog_or_tn/LUK/01/01.md

4.3 KiB

ଘଟଣାବଳୀର ବିବରଣ

“ଲିଖିତ ତଥ୍ୟଗୁଡ଼ିକ” କିମ୍ବା “ବର୍ଣ୍ଣନା” କିମ୍ବା “ସତ୍ୟ କାହାଣୀଗୁଡ଼ିକ”

ଆମ୍ଭମାନଙ୍କୁ

ଏହି ଶବ୍ଦ “ଆମ୍ଭମାନଙ୍କୁ” ଏହି ପର୍ଯ୍ୟାୟରେ ହୋଇପାରେ ଥିୟଫିଲଙ୍କୁ ବାଦ୍ ଦିଆଯାଇଛି, କିନ୍ତୁ ବାକ୍ୟର ଏହି ଅଂଶରେ ନିର୍ଦ୍ଦିଷ୍ଟ ଭାବରେ ତାହା କୁହାଯାଇନାହିଁ। (ଦେଖନ୍ତୁ: ସୀମା ବହିର୍ଭୁକ୍ତ)

ଆରମ୍ଭାବଧି ଯେଉଁମାନେ ଚାକ୍ଷୁଷସାକ୍ଷୀ

ଏହା ଏହିପରି ଅନୁବାଦ କରାଯାଇପାରେ “ଯାହା ପ୍ରଥମେ ଘଟିଥିଲା ସେହି ସମୟ ଠାରୁ ଯେଉଁମାନେ ଏହି ସମସ୍ତ ବିଷୟ ଦେଖିଲେ।”

ବାକ୍ୟର ପରିଚାରକ ହୋଇ

ଅନ୍ୟ ସମ୍ଭାବନା ଅର୍ଥଗୁଡ଼ିକ ହେଲା “ଲୋକମାନଙ୍କୁ ଈଶ୍ୱରଙ୍କ ବାକ୍ୟ କହିବା ଦ୍ୱାରା ତାହାଙ୍କ ସେବା କଲେ” କିମ୍ବା “ଯୀଶୁଙ୍କ ବିଷୟକ ସୁସମାଚାର ଲୋକମାନଙ୍କୁ ଶିକ୍ଷା ଦେଲେ।”

ସେମାନେ ଆମ୍ଭମାନଙ୍କୁ ବିବୃତ କରିବା ଅନୁସାରେ

ଏହି “ଆମ୍ଭମାନଙ୍କୁ” ଏହି ବାକ୍ୟାଂଶରେ ସୀମା ବହିର୍ଭୁକ୍ତ ଅଟେ। ଏହା ଥିୟଫିଲଙ୍କୁ ଅନ୍ତର୍ଭୁକ୍ତ କରେ ନାହିଁ। (ଦେଖନ୍ତୁ: ସୀମା ବହିର୍ଭୁକ୍ତ)

ସମସ୍ତ ବିଷୟ ସୂକ୍ଷ୍ମ ରୂପେ ଅନୁସନ୍ଧାନ କରି

ଏହାର ଅର୍ଥ, ଯାହା ଘଟିଥିଲା ତାହା ସଠିକ ଭାବରେ ଖୋଜି ବାହାର କରିବାକୁ ସେ ଯତ୍ନବାନ ଥିଲେ। ସେ ସମସ୍ତ ବିଷୟର ନିଶ୍ଚୟତା ଜ୍ଞାତ ହେବା ନିମନ୍ତେ ହୁଏତ ବିଭିନ୍ନ ଲୋକମାନଙ୍କ ସହିତ କଥା ହେଲେ ଯେଉଁମାନେ ଏହିସବୁ ଘଟଣା ଦେଖିଥିଲେ, ଯେପରି ସେ ଯେଉଁସବୁ ବିଷୟରେ ଲେଖିଲେ ତାହା ସତ୍ୟ ଅଟେ। ଅନ୍ୟ ପ୍ରକାରେ ଏହା ଅନୁବାଦ ହୋଇପାରେ “ଯାହା ଘଟିଥିଲା ସେହି ସମସ୍ତ ବିଷୟ ଯତ୍ନପୂର୍ବକ ଅନୁସନ୍ଧାନ କଲେ।”

ହେ ମାନ୍ୟବର

ଲୂକ, ଥିୟଫିଲଙ୍କ ପ୍ରତି ସମ୍ମାନ ଓ ଆଦର ଦେଖାଇବା ନିମନ୍ତେ ଏହା ଲେଖିଲେ। ସମ୍ବୋଧନ କରିବାର ଏହି ଶୈଳୀ, ହୋଇପାରେ ଥିୟଫିଲ ଜଣେ ଉଚ୍ଚପଦସ୍ଥ ସରକାରୀ କ୍ଷମତାପ୍ରାପ୍ତ ବ୍ୟକ୍ତି ଥିଲେ। ଅନ୍ୟ ପ୍ରକାରେ ଏହା ଅନୁବାଦ ହୋଇପାରେ “ସମ୍ମାନୀୟ” କିମ୍ବା “ଭଦ୍ର।” କେତେକ ଲୋକ ହୋଇପାରେ ଆରମ୍ଭରେ ଏହିପରି ସମ୍ବୋଧନ କରିବାକୁ ଅଧିକ ପସନ୍ଦ କରନ୍ତି ଓ କହନ୍ତି “ହେ…..ଥିୟଫିଲ” କିମ୍ବା “ପ୍ରିୟ… ଥିୟଫିଲ।”

ଥିୟଫିଲ

ଏହି ନାମର ଅର୍ଥ ହେଲା “ଈଶ୍ୱରଙ୍କ ବନ୍ଧୁ।” ଏହା ବର୍ଣ୍ଣନା କରାଯାଇପାରେ ଯେ, ଏହା ଏହି ଲୋକର ଗୁଣ କିମ୍ବା ଏହା ତାହାଙ୍କ ପ୍ରକୃତ ନାମ ହୋଇପାରେ।ଅଧିକାଂଶ ଅନୁବାଦରେ ଏହା ନାମ ରୂପରେ ଅଛି। (ଦେଖନ୍ତୁ: କିପରି ନାମଗୁଡ଼ିକ ଅନୁବାଦ କରିବାକୁ ହେବ।)