Door43-Catalog_or_tn/HEB/11/35.md

3.1 KiB

ଲେଖକ କେବଳ ଇସ୍ରାଏଲସ୍ଥ ଈଶ୍ୱରଙ୍କ ନେତାମାନଙ୍କ ବିଶ୍ୱାସ ବିଷୟରେ ଏହିକ୍ଷଣି ଲେଖିଅଛନ୍ତି|

ସ୍ତ୍ରୀଲୋକମାନେ ଆପଣା ଆପଣା ମୃତମାନଙ୍କୁ ପୁନରୁତ୍‌ଥାନ ଦ୍ୱାରା ପ୍ରାପ୍ତ ହେଲେ

“ସ୍ତ୍ରୀଲୋକମାନେ ଆପଣା ଲୋକମାନଙ୍କୁ ପୁନର୍ବାର ପ୍ରାପ୍ତ ହେଲେ ଯେତେବେଳେ ଈଶ୍ୱର ସେମାନଙ୍କୁ ପୁନରୁତ୍‌ଥିତ କଲେ ଯେଉଁମାନେ ମୃତ୍ୟୁଭୋଗ କରିଥିଲେ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ଅନ୍ୟମାନେ ମହାଯନ୍ତ୍ରଣା ଭୋଗ କଲେ…ଅନ୍ୟମାନେ ବିଦ୍ରୂପ ଓ କୋରଡ଼ା ପ୍ରହାର ତାଡ଼ନାପ୍ରାପ୍ତ ହେଲେ…ସେମାନେ ପ୍ରସ୍ତରାଘାତରେ ହତ ହେଲେ…ସେମାନେ କରତ ଦ୍ୱାରା ଦ୍ୱିଖଣ୍ଡିତ ହେଲେ…ସେମାନେ ଖଡ୍‌ଗ ଦ୍ୱାରା ନିହତ ହେଲେ

ଏଠାରେ: “ଲୋକମାନେ ଅନ୍ୟମାନଙ୍କୁ ମହାଯନ୍ତ୍ରଣା ଦେଲେ”…“ଅନ୍ୟମାନେ ମହାଯନ୍ତ୍ରଣା ଭୋଗ କଲେ ଯେତେବେଳେ ଲୋକମାନେ ସେମାନଙ୍କୁ ବିଦ୍ରୂପ ଓ କୋରଡ଼ା ପ୍ରହାର କଲେ”…“ଲୋକମାନେ ସେମାନଙ୍କ ଉପରେ ପଥର ଫୋଫାଡ଼ିଲେ”…“ଲୋକମାନେ ସେମାନଙ୍କୁ କରତ ଦ୍ୱାରା ଦ୍ୱିଖଣ୍ଡିତ କଲେ”…“ଲୋକମାନେ ସେମାନଙ୍କୁ ହତ୍ୟା କଲେ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ମହାଯନ୍ତ୍ରଣା

ଅତ୍ୟଧିକ କଷ୍ଟରେ ତାଡ଼ନାପ୍ରାପ୍ତ ହେବା

ଉଦ୍ଧାର ପାଇବାକୁ ଇଛା ନ କରି

ଏଠାରେ: “ଲୋକମାନେ ସେମାନଙ୍କୁ ବନ୍ଦୀଶାଳାରୁ ମୁକ୍ତ କରନ୍ତୁ, ଏହା ଇଛା ନ କରି ଖ୍ରୀଷ୍ଟଙ୍କୁ ଅସ୍ୱୀକାର କରିବା ନିମନ୍ତେ ଅସମ୍ମତ ହେଲେ”

ବନ୍ଧନ ଓ କାରାବାସ ଦ୍ୱାରା ସୁଦ୍ଧା

“ଲୋକମାନେ ସେମାନଙ୍କୁ ଶୃଙ୍ଖଳରେ ସୁଦ୍ଧା ବାନ୍ଧିଲେ ଓ ସେମାନଙ୍କୁ ବନ୍ଦୀଗୃହରେ ରଖିଲେ”

ଭ୍ରମଣ କଲେ

“ସ୍ଥାନେ ସ୍ଥାନେ ଭ୍ରମଣ କଲେ” କିମ୍ବା “ସବୁ ସମୟ ବାସକଲେ”

ଅଭାବଗ୍ରସ୍ତ

“ଦରିଦ୍ର” କିମ୍ବା “କୌଣସି ବିଷୟ ନ ଥିବା” କିମ୍ବା “ଗରିବ”