Door43-Catalog_or_tn/ACT/20/15.md

1.7 KiB

ଆମ୍ଭେମାନେ ସେଠାରୁ ଜଳଯାତ୍ରା କଲୁ

ଏହି ଶବ୍ଦ “ଆମ୍ଭେମାନେ” ପାଉଲ, ଲୁକ, ଓ ଯେଉଁମାନେ ସେମାନଙ୍କ ସହ ଯାତ୍ରା କରୁଥିଲେ ସେମାନଙ୍କୁ ଦର୍ଶାଏ|“ (ଦେଖନ୍ତୁ: ଅନ୍ତର୍ଭୁକ୍ତ)

ଖିଅ ଦ୍ୱୀପ

ଖିଅ ଏକ ଦ୍ୱୀପ ଅଟେ ଯାହା ଆଏଜୀୟ ସାଗରର ଉପକୂଳବର୍ତ୍ତୀ ଆଧୁନିକ ଦିନର ତୁର୍କୀରେ ଅବସ୍ଥିତ| (ଦେଖନ୍ତୁ: ଅନୁବାଦ ନାମଗୁଡ଼ିକ)

ଆମ୍ଭେମାନେ ସାମ ଦ୍ୱୀପରେ ଗଲୁ

ସାମ ଏକ ଦ୍ୱୀପ ଅଟେ ଯାହା ଆଏଜୀୟ ସାଗରର ଉପକୂଳବର୍ତ୍ତୀ ଖିଅର ଦକ୍ଷିଣରେ ଆଧୁନିକ ଦିନର ତୁର୍କୀରେ ଅବସ୍ଥିତ| ବିକଳ୍ପ ଅନୁବାଦ: “ଆମ୍ଭେମାନେ ସାମ ଦ୍ୱୀପରେ ପହଞ୍ଚିଲୁ”

ମୀଲୀତ ନଗର

ମୀଲୀତ ନଗର ଏକ ବନ୍ଦର ନଗର ଅଟେ ଯାହା ମିନ୍ଦେର୍ ନଦୀର ମୁହାଣର ନିକଟବର୍ତ୍ତୀ ଆସିଆ ମାଇନର ଦକ୍ଷିଣରେ ଅବସ୍ଥିତ|

ଯେହେତୁ ପାଉଲ ଏଫିସ ଛାଡ଼ି ଜଳଯାତ୍ରା କରିବାକୁ ସ୍ଥିର କରିଥିଲେ

ପାଉଲ ଏଫିସୀର ବନ୍ଦର ନଗର ଛାଡ଼ି ପରେ ମୀଲୀତର ଦକ୍ଷିଣରେ ଜଳଯାତ୍ରା କରିବାକୁ ସ୍ଥିର କଲେ|