Door43-Catalog_or_tn/ACT/16/01.md

2.2 KiB

ଦେଖ

ଏହି ଶବ୍ଦ “ଦେଖ” ବିବରଣୀରେ ଏକ ନୂତନ ବ୍ୟକ୍ତି ନିମନ୍ତେ ଆମ୍ଭମାନଙ୍କୁ ସତର୍କ କରାଏ| ଆପଣମାନଙ୍କ ଭାଷାରେ ଏହି ପ୍ରକାରେ କରିବା ଥାଇପାରେ| ଇଂରାଜୀରେ ବ୍ୟବହାର କରାଯାଏ “ସେଠାରେ ଜଣେ ବ୍ୟକ୍ତି ଥିଲେ ଯିଏ...”

ଜଣେ ବିଶ୍ୱାସିନୀ ଯିହୁଦୀ ମହିଳାଙ୍କ ପୁତ୍ର

“ଯୀଶୁଙ୍କ ଠାରେ ବିଶ୍ୱାସ କରୁଥିବା ଜଣେ ବିଶ୍ୱାସିନୀ ଯିହୁଦୀ ମହିଳାଙ୍କ ପୁତ୍ର”

ସେ ସୁଖ୍ୟାତିପ୍ରାପ୍ତ ଥିଲେ

“ତିମଥି ଜଣେ ଭଲ ସୁନାମପ୍ରାପ୍ତ ଥିଲେ” କିମ୍ବା “ବିଶ୍ୱାସୀମାନେ ତାହାଙ୍କ ବିଷୟରେ ସୁନାମ କରୁଥିଲେ”

ପାଉଲ ଆପଣା ସାଙ୍ଗରେ ତାଙ୍କୁ ନେଇଯିବାକୁ ଇଛା କଲେ; ତେଣୁ ସେ ତାହାଙ୍କୁ ନେଲେ

“ପାଉଲ ଆପଣା(ପାଉଲ) ସହିତ ତିମଥିଙ୍କୁ ନେଇ ଯାତ୍ରା କରିବାକୁ ଇଛା କଲେ; ତେଣୁ ପାଉଲ ତିମଥିଙ୍କୁ ନେଲେ|” ସମସ୍ତ ଅନ୍ୟ ତୃତୀୟ ପୁରୁଷ ସର୍ବନାମ (ସେ, ତାହାଙ୍କୁ, ତାହାଙ୍କ) ଏହି ପଦ ମଧ୍ୟରେ ତିମଥିଙ୍କୁ ଦର୍ଶାଏ|

ତାଙ୍କର ପିତା ଗ୍ରୀକ୍ ଥିଲେ

ଏକ ଗ୍ରୀକ୍ ରୂପେ, ତିମଥିଙ୍କ ପିତା ବ୍ୟକ୍ତିଗତ ଭାବରେ ତିମଥିଙ୍କୁ ସୁନ୍ନତ୍ କରାଇ ନ ଥିଲେ; ତେଣୁ ପାଉଲ ତାହାଙ୍କୁ ସୁନ୍ନତ୍ କରାଇଲେ| ଅନେକ ସମୟରେ ସୁନ୍ନତ୍ ବିଧି ଯିହୁଦୀ ଗୁରୁ କରୁଥିଲେ ଯେପରି ପାଉଲ|