Door43-Catalog_or_tn/ACT/15/10.md

2.3 KiB

(ପାଉଲ କହିଆସୁଅଛନ୍ତି|)

ଯେଉଁ ଯୁଆଳି ଆମ୍ଭମାନଙ୍କ ପିତୃପୁରୁଷ ଓ ଆମ୍ଭମାନେ ବହିବାକୁ ଅକ୍ଷମ ହେଲୁ, ସେହି ଯୁଆଳି ଶିଷ୍ୟମାନଙ୍କ କାନ୍ଧରେ ଦେଇ କାହିଁକି ଆପଣମାନେ ଈଶ୍ୱରଙ୍କୁ ପରୀକ୍ଷା କରୁଅଛନ୍ତି?

ଏହା ଏକ ପ୍ରଭାବିତ ପ୍ରଶ୍ନ ଅଟେ ଯେଉଁଠାରେ ପିତର ଯିହୁଦୀ ବିଶ୍ୱାସୀମାନଙ୍କୁ କହୁଅଛନ୍ତି ଯେ, ସେମାନେ ଅଣ ଯିହୁଦୀ ବିଶ୍ୱାସୀମାନଙ୍କୁ ମୋଶାଙ୍କ ବ୍ୟବସ୍ଥା ଅନୁସରଣ କରିବାକୁ ଓ ବିଶେଷ କରି ସୁନ୍ନତ୍ ବିଧି ପାଳନ କରିବାକୁ ବାଧ୍ୟ କରିବା ଉଚିତ୍ ନୁହେଁ| ଏହା ଏହିପରି ଅନୁବାଦ କରାଯାଇପାରେ “ଯେଉଁ ଯୁଆଳି ଆମ୍ଭେମାନେ ଯେ ଯିହୁଦୀ ବହିବାକୁ ଅକ୍ଷମ ହେଲୁ ସେହି ଯୁଆଳି ଅଣ ଯିହୁଦୀ ବିଶ୍ୱାସୀମାନଙ୍କୁ ଦେଇ ଈଶ୍ୱରଙ୍କୁ ପରୀକ୍ଷା କରନ୍ତୁ ନାହିଁ!” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)|

ନା ଆମ୍ଭମାନଙ୍କ ପିତୃପୁରୁଷ ନା ଆମ୍ଭେମାନେ

“ଆମ୍ଭମାନଙ୍କ” ଏବଂ “ଆମ୍ଭେମାନେ” ବ୍ୟବହାର କରି ପିତର ଆପଣା ଶ୍ରୋତାଗଣଙ୍କୁ ଅନ୍ତର୍ଭୁକ୍ତ କରନ୍ତି| (ଦେଖନ୍ତୁ: ଅନ୍ତର୍ଭୁକ୍ତ)

କିନ୍ତୁ ଆମ୍ଭେମାନେ ପରିତ୍ରାଣ ପାଇବୁ ବୋଲି ବିଶ୍ୱାସ କରୁଅଛୁ

ପିତର ଆପଣା ସହ ଆପଣା ଯିହୁଦୀ ଶ୍ରୋତାଗଣଙ୍କୁ ଅନ୍ତର୍ଭୁକ୍ତ କରନ୍ତି| (ଦେଖନ୍ତୁ: ଅନ୍ତର୍ଭୁକ୍ତ)

ସେମାନେ ଯେପ୍ରକାରେ

“ଅଣ ଯିହୁଦୀ ବିଶ୍ୱାସୀମାନେ ଯେପ୍ରକାରେ”