Door43-Catalog_or_tn/ACT/15/03.md

2.1 KiB

ଅତଏବ, ମଣ୍ଡଳୀ ସେମାନଙ୍କୁ ପଠାଇଲେ

ଏହା ଏକ ପରୋକ୍ଷ ବାକ୍ୟ ଅଟେ ଯାହା ଅନୁବାଦ କରାଯାଇପାରେ, “ଅତଏବ ମଣ୍ଡଳୀ ପାଉଲ, ବର୍ଣ୍ଣବ୍‌ବା, ଓ କେତେକ ଅନ୍ୟ ବିଶ୍ୱାସୀମାନଙ୍କୁ ଆନ୍ତିୟଖିଆରୁ ଯିରୁଶାଲମକୁ ପଠାଇଲେ| ସେମାନେ ବଳାଇ ଦେଲେ...|” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ) (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା)

ଦେଇ ଯାଉ ଯାଉ…ବର୍ଣ୍ଣନା କଲେ

ଏହି ଶବ୍ଦ “ଦେଇ ଯାଉ ଯାଉ” ଓ “ବର୍ଣ୍ଣନା କଲେ” ଏହା ଇଙ୍ଗିତ କରେ ଯେ ବିଭିନ୍ନ ସ୍ଥାନରେ କିଛି ସମୟ କ୍ଷେପଣ କରି ଈଶ୍ୱର ଯାହା କଲେ ସେ ବିଷୟରେ ସବିଶେଷ ବର୍ଣ୍ଣନା କଲେ|

ବିଜାତିମାନଙ୍କ ମନପରିବର୍ତ୍ତନ ବିଷୟ ବର୍ଣ୍ଣନା କଲେ

ଅନେକ ବିଜାତିମାନେ ଗ୍ରୀକ୍ ଓ ରୋମୀ ଦେବତାମାନଙ୍କ ଠାରେ ଆପଣାମାନଙ୍କ ବିଶ୍ୱାସରୁ ମନପରିବର୍ତ୍ତନ କରି ଯୀଶୁଙ୍କୁ ବିଶ୍ୱାସ କଲେ|

ସେମାନେ ମଣ୍ଡଳୀ ଦ୍ୱାରା ଅଭ୍ୟର୍ଥନା ପ୍ରାପ୍ତ ହେଲେ ଆଉ...

ଏହା ଏକ ପରୋକ୍ଷ ବାକ୍ୟ ଯାହା ଏହିପରି ଅନୁବାଦ କରାଯାଇପାରେ “ମଣ୍ଡଳୀର ସଦସ୍ୟମାନେ ସେମାନଙ୍କୁ ଅଭ୍ୟର୍ଥନା ଜଣାଇଲେ ତାହା ସହିତ...” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ସେମାନଙ୍କ ସାଙ୍ଗରେ

“ସେମାନଙ୍କ ଦ୍ୱାରା”