Door43-Catalog_or_tn/ACT/14/21.md

2.4 KiB

ସେମାନେ ପ୍ରଚାର କଲେ…ସେମାନେ ବାହୁଡ଼ିଆସିଲେ…ସେମାନେ ସୁସ୍ଥିର କଲେ…ସେମାନେ କହିଲେ

ପାଉଲ ଓ ବର୍ଣ୍ଣବ୍‌ବାଙ୍କୁ ଦର୍ଶାଏ

ସେହି ନଗର

“ଦର୍ବୀ”

ସେମାନେ ଶିଷ୍ୟମାନଙ୍କ ମନକୁ ସୁସ୍ଥିର କଲେ

ପାଉଲ ଓ ବର୍ଣ୍ଣବ୍‌ବାଙ୍କ କାରଣରୁ ବିଶ୍ୱାସୀମାନେ ସୁସମାଚାରର ସତ୍ୟତାରେ ଦୃଢ଼ଭାବରେ ବିଶ୍ୱାସ କଲେ ଓ ବୃଦ୍ଧି ପାଇଲେ|

ବିଶ୍ୱାସରେ ଅଟଳ ରହିବା ପାଇଁ ସେମାନଙ୍କୁ ଉତ୍ସାହ ପ୍ରଦାନ କଲେ

ପାଉଲ ଓ ବର୍ଣ୍ଣବ୍‌ବା ସେମାନଙ୍କୁ ଯୀଶୁଙ୍କ ଠାରେ ଭରସା ରଖିବା ନିମନ୍ତେ ଉତ୍ସାହ ଦେଲେ|

ସେମାନେ ସେମାନଙ୍କୁ କହିଲେ ଯେ, ଅନେକ କ୍ଲେଶ ମଧ୍ୟ ଦେଇ ଆମ୍ଭମାନଙ୍କୁ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବାକୁ ହେବ

ଏହା ଏକ ପରୋକ୍ଷ ବାକ୍ୟର ଉକ୍ତି ଅଟେ| ଏହା ପ୍ରତ୍ୟକ୍ଷ ବାକ୍ୟର ଉକ୍ତି ରୂପେ ଅନୁବାଦ କରାଯାଇପାରେ, “ସେମାନେ ସେମାନଙ୍କୁ କହିଲେ, ‘ଅନେକ କ୍ଲେଶ ମଧ୍ୟ ଦେଇ ଆମ୍ଭମାନଙ୍କୁ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବାକୁ ହେବ’|” (ଦେଖନ୍ତୁ: କଥପକଥନର ଉକ୍ତି)

ସେମାନେ ସେମାନଙ୍କୁ କହିଲେ

“ପାଉଲ ଓ ବର୍ଣ୍ଣବ୍‌ବା ଲୁସ୍ତ୍ରା, ଇକନିୟ ଓ ଆନ୍ତିୟଖିଆର ବିଶ୍ୱାସୀମାନଙ୍କୁ କହିଲେ”

ଆମ୍ଭମାନଙ୍କୁ ପ୍ରବେଶ କରିବାକୁ ହେବ

ପାଉଲ ଆପଣାକୁ, ବର୍ଣ୍ଣବ୍‌ବାଙ୍କୁ ଓ ବିଶ୍ୱାସୀମାନଙ୍କୁ ଅନ୍ତର୍ଭୁକ୍ତ କରୁଅଛନ୍ତି| (ଦେଖନ୍ତୁ: ଅନ୍ତର୍ଭୁକ୍ତ)