Door43-Catalog_or_tn/ACT/13/16.md

2.8 KiB

ଆପଣା ହସ୍ତରେ ସଙ୍କେତ କଲେ

ଆପଣା ହସ୍ତରେ ସଙ୍କେତ କଲେ ଏହା, ସଙ୍କେତ ରୂପେ ଆପଣା ହସ୍ତ ହଲାଇ ସେ କହିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଦର୍ଶାଏ| ଏହା ଏହିପରି ଅନୁବାଦ କରାଯାଇପାରେ “ଆପଣା ହସ୍ତ ହଲାଇଲେ ଏହା ଦେଖାଇବା ନିମନ୍ତେ ଯେ ସେ କହିବାକୁ ଯାଉଅଛନ୍ତି|”

ହେ ଈଶ୍ୱରଭୟକାରୀମାନେ

ଏହା ସେହି ବିଜାତିୟମାନଙ୍କୁ ଦର୍ଶାଏ ଯେଉଁମାନେ ଈଶ୍ୱର ଠାରେ ବିଶ୍ୱାସ କରି ତାହାଙ୍କ ଉପାସନା କରିବା ନିମନ୍ତେ ପରିବର୍ତ୍ତନ ହେଲେ| ଏହା ଏହିପରି ଅନୁବାଦ କରାଯାଇପାରେ “ଯେଉଁମାନେ ଇସ୍ରାଏଲୀୟ ନୁହନ୍ତି କିନ୍ତୁ ଈଶ୍ୱରଙ୍କୁ ଉପାସନା କରନ୍ତି|”

ଶ୍ରବଣ କରନ୍ତୁ

“ମୋତେ ଶ୍ରବଣ କରନ୍ତୁ” କିମ୍ବା “ଶ୍ରବଣ କରନ୍ତୁ ଯାହା ମୁଁ କହିବାକୁ ଯାଉଅଛି”

ଏହି ଇସ୍ରାଏଲ ଜାତିର ଈଶ୍ୱର

“ଏହି ଇସ୍ରାଏଲ ଜାତି ଉପାସନା କରୁଥିବା ଈଶ୍ୱର”

ଆମ୍ଭମାନଙ୍କ ପିତୃପୁରୁଷମାନଙ୍କୁ ମନୋନୀତ କଲେ

ଏହି ସର୍ବନାମ ‘ଆମ୍ଭମାନଙ୍କ’ ବହିର୍ଭୁକ୍ତ ଅଟେ, ପାଉଲ ଓ ତାହାଙ୍କ ସହ ଯିହୁଦୀମାନଙ୍କୁ ଦର୍ଶାଏ| ଏହା ଏହିପରି ଅନୁବାଦ କରାଯାଇପାରେ “ବହୁ ପୂର୍ବରୁ ଯିହୁଦୀ ଲୋକମାନଙ୍କୁ ମନୋନୀତ କଲେ”|

ଯେତେବେଳେ ସେମାନେ ପ୍ରବାସ କରୁଥିଲେ

“ ଯେତେବେଳେ ଇସ୍ରାଏଲମାନେ ପ୍ରବାସ କରୁଥିଲେ”

ସେଠାରୁ ସେମାନଙ୍କୁ କଢ଼ାଇ ଆଣିଲେ

“ମିସର ଦେଶ ପରିତ୍ୟାଗ କରିବା ନିମନ୍ତେ ଈଶ୍ୱର ଇସ୍ରାଏଲୀୟମାନଙ୍କୁ କଢ଼ାଇ ଆଣିଲେ”

ସେ ସେମାନଙ୍କ ବ୍ୟବହାର ସହ୍ୟ କଲେ

“ଈଶ୍ୱର ସେମାନଙ୍କୁ ସହ୍ୟ କଲେ” କିମ୍ବା “ଈଶ୍ୱର ସେମାନଙ୍କ ଅବାଧ୍ୟତା ସହ୍ୟ କଲେ”