Door43-Catalog_or_tn/ACT/13/11.md

3.1 KiB

(ପାଉଲ ପଦ ୧୧ ରେ ଅଲ୍ଲୀମାକୁ କହିଆସୁଅଛନ୍ତି|)

ପ୍ରଭୁଙ୍କର ହସ୍ତ ତୁମ୍ଭ ଉପରେ ରହିଅଛି

ଈଶ୍ୱରଙ୍କ ଶକ୍ତି ତୁମ୍ଭକୁ ଦଣ୍ଡ ଦେବା ନିମନ୍ତେ ପ୍ରସ୍ତୁତ ଅଛି, ଏହା ନିମନ୍ତେ ଏହା ଏକ ବକ୍ତବ୍ୟ ଅଟେ| ଏହା ଏହିପରି ଅନୁବାଦ କରାଯାଇପାରେ “ପ୍ରଭୁ ତୁମ୍ଭକୁ ଦଣ୍ଡ ଦେବେ|” (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ତୁମ୍ଭେ ଅନ୍ଧ ହେବ

“ଈଶ୍ୱର ତୁମ୍ଭକୁ ଅନ୍ଧ କରିବେ”

ତୁମ୍ଭେ ସୂର୍ଯ୍ୟ ଦେଖିବ ନାହିଁ

ଅଲ୍ଲୀମା ସମ୍ପୂର୍ଣ୍ଣଭାବେ ଅନ୍ଧ ହୋଇଯିବ| ସେ ସୂର୍ଯ୍ୟର ଆଲୋକ ମଧ୍ୟ ଦେଖି ପାରିବ ନାହିଁ|

କେତେକ ସମୟ ପର୍ଯ୍ୟନ୍ତ

“କିଛି କାଳ ନିମନ୍ତେ” କିମ୍ବା “ଈଶ୍ୱରଙ୍କ ଦ୍ୱାରା ନିଯୁକ୍ତ ସମୟ ପର୍ଯ୍ୟନ୍ତ”

କୁହୁଡ଼ି ଓ ଅନ୍ଧକାର ଅଲ୍ଲୀମାକୁ ଘୋଡାଇପକାଇଲା

“କୁହୁଡ଼ି ଓ ଅନ୍ଧକାର ଅଲ୍ଲୀମା ଉପରେ ପଡ଼ିଲା” କିମ୍ବା “ଏକ ଅନ୍ଧକାର କୁହୁଡ଼ି ଅଲ୍ଲୀମା ଉପରେ ପଡ଼ିଲା” କିମ୍ବା “ଅଲ୍ଲୀମାର ଚକ୍ଷୁ ଦ୍ୱୟରେ ଅସ୍ପଷ୍ଟ ଦେଖାଗଲା ଓ ପରେ ଅନ୍ଧକାରମୟ ହେଲା” କିମ୍ବା “ଅଲ୍ଲୀମା ଅସ୍ପଷ୍ଟ ଭାବରେ ଦେଖିବା ଆରମ୍ଭ କଲେ ଓ ପରେ ସେ କିଛି ମଧ୍ୟ କୌଣସି ପ୍ରକାରେ ଆଉ ଦେଖି ପାରିଲେ ନାହିଁ”

ସେ ଏଣେତେଣେ ଦରାଣ୍ଡିବାକୁ ଲାଗିଲା

“ଅଲ୍ଲୀମା ବିସ୍ମିତ ହେବାକୁ ଲାଗିଲା” କିମ୍ବା “ଅଲ୍ଲୀମା ଉତ୍ତେଜିତ ହେବାକୁ ଲାଗିଲା”

ଶାସନକର୍ତ୍ତା

ରୋମୀ ସାମ୍ରାଜ୍ୟରେ ରାଜ୍ୟପାଳ ଥିଲେ| ଏହା ଏହିପରି ଅନୁବାଦ କରାଯାଇପାରେ “ରାଜ୍ୟପାଳ”

ସେ ବିଶ୍ୱାସ କଲେ

“ସେହି ଶାସନକର୍ତ୍ତା ବିଶ୍ୱାସ କଲେ” କିମ୍ବା “ସେହି ଶାସନକର୍ତ୍ତା ଯୀଶୁଙ୍କ ଠାରେ ବିଶ୍ୱାସ କଲେ”

ସେ ଆଶ୍ଚର୍ଯ୍ୟ ହେଲେ ତାହା ନିମନ୍ତେ

“ସେହି ଶାସନକର୍ତ୍ତା ଆଶ୍ଚର୍ଯ୍ୟ ହେଲେ ତାହା ଯୋଗୁଁ” କିମ୍ବା “ସେହି ଶାସନକର୍ତ୍ତା ଅତି ବିସ୍ମିତ ହୋଇ ପଡ଼ିଲେ”