Door43-Catalog_or_tn/ACT/13/01.md

2.7 KiB

ବର୍ତ୍ତମାନ ଅନ୍ତିୟଖିୟର ମଣ୍ଡଳୀରେ

“ସେହି ସମୟରେ ଅନ୍ତିୟଖିୟସ୍ଥ ମଣ୍ଡଳୀରେ”

ଶିମିୟୋନ(ଯାହାକୁ ନିଗର ବୋଲି କୁହାଯାଏ), କୂରୀଣୀୟ ଲୂକିୟ, ମନ୍‌ହେମ୍ (ସାମନ୍ତରାଜା ହେରୋଦଙ୍କ ସହପାଳିତ ଭାଇ)

(ଦେଖନ୍ତୁ: କିପରି ନାମଗୁଡ଼ିକ ଅନୁବାଦ କରାଯାଇଛି)

ହେରୋଦଙ୍କ ସହପାଳିତ ଭାଇ

ମନ୍‌ହେମ୍ ହେଉଛନ୍ତି ସମ୍ଭବତଃ ହେରୋଦ ଙ୍କ ସହପାଳିତ ଖେଳିବା ସାଙ୍ଗ ବା ଘନିଷ୍ଠ ବନ୍ଧୁ|

ମୋ' ନିମନ୍ତେ ପୃଥକ୍ କର

“ମୋହର ସେବା କରିବା ପାଇଁ ନିଯୁକ୍ତ କର” କିମ୍ବା “ପବିତ୍ର କର”

ସେମାନଙ୍କୁ ଆହ୍ୱାନ କରିଅଛୁ

ଏଠାରେ ଏହି କ୍ରିୟାର ଅର୍ଥ ହେଲା ବର୍ତ୍ତମାନ ପୂର୍ବରୁ ଏହି କାର୍ଯ୍ୟ କରିବା ନିମନ୍ତେ ଈଶ୍ୱର ସେମାନଙ୍କୁ ମନୋନୀତ କରିଥିଲେ|

ମଣ୍ଡଳୀ

“ସଭା” କିମ୍ବା “ବିଶ୍ୱାସୀମାନଙ୍କ ଦଳ”

ସେମାନଙ୍କ ଉପରେ ହସ୍ତାର୍ପଣ କରି

“ଈଶ୍ୱରଙ୍କ ସେବା କାର୍ଯ୍ୟ ନିମନ୍ତେ ପୃଥକ୍ କରାଯାଇଥିବା ସେମାନଙ୍କ ଉପରେ ହସ୍ତାର୍ପଣ କରି”| ଏହି ଘଟଣାରେ ହାସ୍ତାର୍ପଣ ଦ୍ୱାରା ପବିତ୍ରଆତ୍ମାଙ୍କ ଦାନ ପାଇବାର କିଛି ସୂଚନା ନାହିଁ| କିନ୍ତୁ ଏହା ବର୍ଣ୍ଣବ୍‌ବା ଓ ଶାଉଲଙ୍କ ପବିତ୍ରଆତ୍ମାଙ୍କ ଆହ୍ୱାନକୁ ଦୃଢ଼ ଭାବରେ କହିବା ନିମନ୍ତେ ପ୍ରାଚୀନମାନଙ୍କ ସଂସ୍କୃତି ଅଟେ|

ସେମାନଙ୍କୁ ବିଦାୟ ଦେଲେ

“ସେହି ଲୋକମାନଙ୍କୁ ବିଦାୟ ଦେଲେ” କିମ୍ବା “ପବିତ୍ରଆତ୍ମା ସେମାନଙ୍କୁ ଯାହା କରିବାକୁ କହନ୍ତି ତାହା କରିବାକୁ ସେହି ଲୋକମାନଙ୍କୁ ବିଦାୟ ଦେଲେ”