Door43-Catalog_or_tn/ACT/12/24.md

1.9 KiB

ଈଶ୍ୱରଙ୍କ ବାକ୍ୟ ବୃଦ୍ଧି ପାଇ ଅଧିକ ବ୍ୟାପିବାକୁ ଲାଗିଲା

ଏହା ଏକ ବକ୍ତବ୍ୟ ଅଟେ ଏହା ନିମନ୍ତେ “ଯୀଶୁଙ୍କ ପରିତ୍ରାଣର ବାର୍ତ୍ତା ଅଧିକ ବ୍ୟାପିବାକୁ ଲାଗିଲା ଓ ଅନେକ ଲୋକମାନେ ଏହି ବାର୍ତ୍ତାକୁ ବିଶ୍ୱାସ କରି ବୃଦ୍ଧି ପାଇବାକୁ ଲାଗିଲେ”| ଏହା ଏହିପରି ଅନୁବାଦ କରାଯାଇପାରେ “ଈଶ୍ୱରଙ୍କ ବାକ୍ୟ ଅଧିକ ବ୍ୟାପିବାକୁ ଲାଗିଲା ଓ ଅନେକ ବିଶ୍ୱାସୀମାନେ ବୃଦ୍ଧି ପାଇବାକୁ ଲାଗିଲେ”| (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ଯିରୁଶାଲମରେ ଆପଣା ସେବାକାର୍ଯ୍ୟ ସମାପ୍ତ କରି

ଏହା ସ୍ପଷ୍ଟ କରେ “ଯିରୁଶାଲମସ୍ଥ ମଣ୍ଡଳୀର ନେତାମାନଙ୍କୁ ଅର୍ଥ ସମର୍ପଣ କରି” (ଦେଖନ୍ତୁ ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା)

ସେମାନେ ବାହୁଡିଗଲେ

“ବର୍ଣ୍ଣବ୍‌ବା ଓ ଶାଉଲ ଆନ୍ତିୟଖିୟକୁ ବାହୁଡି ଗଲେ” (ଦେଖନ୍ତୁ ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା)

ସେମାନେ ଯୋହନଙ୍କୁ ସାଙ୍ଗରେ ଘେନିଗଲେ

“ବର୍ଣ୍ଣବ୍‌ବା ଓ ଶାଉଲ ଯୋହନଙ୍କୁ ଆପଣା ସାଙ୍ଗରେ ଘେନିଗଲେ”

ଯାହାଙ୍କ ଉପନାମ ମାର୍କ ଥିଲା

“ଯିଏ ମାର୍କ ନାମରେ ନାମିତ ଥିଲେ”