Door43-Catalog_or_tn/ACT/12/13.md

2.8 KiB

ସେ ଦ୍ୱାରରେ ମାରନ୍ତେ

“ପିତର ଦ୍ୱାରରେ ମାରନ୍ତେ”| ବାହାର ଦ୍ୱାରରେ ଆଘାତ କରିବା ଏକ ଯିହୁଦୀୟ ସଂସ୍କୃତି ଥିଲା, ଯେପରି ଅନ୍ୟମାନେ ଜାଣି ପାରିବେ ଯେ ତୁମ୍ଭେ ସେମାନଙ୍କ ସହ ସାକ୍ଷାତ କରିବାକୁ ଇଛା କରୁଅଛ|

ପ୍ରବେଶ ଦ୍ୱାରରେ

“ବାହାର ଦ୍ୱାରରେ” କିମ୍ବା “ ଗଳି ଠାରୁ ବିଚାରାଳୟକୁ ପ୍ରବେଶ ସ୍ଥାନର ଦ୍ୱାରରେ”

ଉତ୍ତର ଆସିଲା

“ଦ୍ୱାର ନିକଟକୁ ଆସି ଦେଖିଲେ ଯେ କିଏ ଦ୍ୱାରରେ ଆଘାତ କରୁଅଛନ୍ତି”

ସେ ଚିହ୍ନିଲେ

“ରୋଦା ଚିହ୍ନିଲେ”

ଆନନ୍ଦ ସକାଶେ

“କାରଣ ସେ ଅତିଶୟ ଆନନ୍ଦିତ ଥିଲେ” କିମ୍ବା “ପ୍ରଚୁର ମାତ୍ରାରେ ଉତ୍ତେଜିତ ହେଲେ”

ଦ୍ୱାର ପାଖରେ ଠିଆ ହୋଇଅଛନ୍ତି

“ଦ୍ୱାର ବାହାରେ ଠିଆ ହୋଇଅଛନ୍ତି”| ପିତର ସେପର୍ଯ୍ୟନ୍ତ ବାହାରେ ଠିଆ ହୋଇଥିଲେ|

ସେମାନେ ତାହାକୁ କହିଲେ

“ଗୃହ ଭିତରେ ଥିବା ବିଶ୍ୱାସୀମାନେ ଦାସୀ ବାଳିକା ରୋଦାକୁ କହିଲେ”

ତୁ ବାୟାଣୀ

ଲୋକମାନେ ତାହାକୁ ବିଶ୍ୱାସ କଲେ ନାହିଁ କେବଳ ତାହା ନୁହେଁ, କିନ୍ତୁ ତୁ ପାଗଳ ବୋଲି କହିବା ଦ୍ୱାରା ତାହାକୁ ଅନୁଯୋଗ କଲେ| ଏହା ଏହିପରି ଅନୁବାଦ କରାଯାଇପାରେ, “ତୁ ପାଗଳ ଅଟେ|”

ସେ ତାହା ଦୃଢ଼ ରୂପେ କହିବାକୁ ଲାଗିଲା

“ରୋଦା ଦୃଢ଼ ରୂପେ କହିବାକୁ ଲାଗିଲା ଯେ ଯାହା ସେ କହୁଅଛି ତାହା ସତ୍ୟ ଅଟେ”

ସେମାନେ କହିଲେ

“ଗୃହ ଭିତରେ ଥିବା ଲୋକମାନେ ଉତ୍ତର ଦେଲେ”

ଏହା ତାହାଙ୍କ ଦୂତ ଅଟେ

“ଯାହା ତୁମ୍ଭେ ଦେଖିଲ ତାହା ପିତରଙ୍କ ଦୂତ ଅଟେ|” କେତେକ ଯିହୁଦୀମାନେ ସୁରକ୍ଷାକାରୀ ଦୂତଙ୍କୁ ବିଶ୍ୱାସ କରୁଥିଲେ ଓ ହୋଇପାରେ ଏହା ଭାବୁଥିବେ ସେମାନଙ୍କ ନିକଟକୁ ଆସିଥିବେ|