Door43-Catalog_or_tn/ACT/12/03.md

2.6 KiB

ଆଉ, ଯିହୁଦୀମାନଙ୍କୁ ସେଥିରେ ସନ୍ତୁଷ୍ଟ ହେବାର ଦେଖି

“ଆଉ, ହେରୋଦ ଅବଗତ ହେଲେ ଯେ, ଯାକୁବଙ୍କୁ ବଧ କରିବାରୁ ଯିହୁଦୀ ନେତାମାନେ ସନ୍ତୁଷ୍ଟ ହେଲେ”

ଯିହୁଦୀମାନେ ସନ୍ତୁଷ୍ଟ ହେଲେ

“ଯିହୁଦୀ ନେତାମାନଙ୍କୁ ଆନନ୍ଦିତ କଲା”

ସେ ପିତରଙ୍କୁ ମଧ୍ୟ ଧରିବାକୁ ଅଗ୍ରସର ହେଲେ

“ପରେ ହେରୋଦ ପିତରଙ୍କୁ ମଧ୍ୟ ବନ୍ଦୀ କରିବା ନିମନ୍ତେ ଆଦେଶ ଦେଲେ”

ତାହା ହେଲା

“ଏହା ଘଟିଲା” କିମ୍ବା “ହେରୋଦ ଏହା କଲେ”

ପରେ ସେ ତାହାଙ୍କୁ ଧରି କାରାଗାରରେ ନିକ୍ଷେପ କଲେ

“ସୈନ୍ୟମାନେ ପିତରଙ୍କୁ ବନ୍ଦୀ କଲା ପରେ, ହେରୋଦ ସୈନ୍ୟମାନଙ୍କୁ ଆଦେଶ ଦେଲେ ପିତରଙ୍କୁ କାରାଗାରରେ ରଖିବା କରିବା ନିମନ୍ତେ”

ଚାରୋଟି ସେନାଦଳ

“ସୈନ୍ୟମାନଙ୍କ ଚାରୋଟି ଦଳ” (ଦେଖନ୍ତୁ ୟୁଡିବୀ)| ପ୍ରତ୍ୟେକ ଦଳରେ ଚାରି ଜଣ ଲେଖାଏଁ ସୈନ୍ୟମାନେ ଯେଉଁମାନେ ଏକ ସମୟରେ ପିତରଙ୍କୁ ଜଗୁଥିଲେ| ଏହି ଦଳଗୁଡ଼ିକ ପାଳି ଅନୁସାରେ ଏକ ଦିନକୁ ବିଭକ୍ତ କରିଥିଲେ| ଦୁଇ ଜଣ ସୈନ୍ୟ ତାହାଙ୍କ ପାଖରେ ଓ ଦୁଇ ଜଣ ସୈନ୍ୟ ପ୍ରବେଶ ଦ୍ୱାର ନିକଟରେ ରହୁଥିଲେ|

ତାହାଙ୍କୁ ଜଗିବା ପାଇଁ

“ପିତରଙ୍କୁ ଜଗିବା ପାଇଁ”

ସେ ତାହାଙ୍କୁ ଲୋକମାନଙ୍କ ନିକଟକୁ ବାହାର କରି ଆଣିବା ନିମନ୍ତେ ମନସ୍ଥ କରି

“ହେରୋଦ ଲୋକମାନଙ୍କ ଉପସ୍ଥିତିରେ ପିତରଙ୍କ ବିଚାର କରିବା ନିମନ୍ତେ ଯୋଜନା କଲେ” କିମ୍ବା “ହେରୋଦ ଯିହୁଦୀ ଲୋକମାନଙ୍କ ଉପସ୍ଥିତିରେ ପିତରଙ୍କ ବିଚାର କରିବା ନିମନ୍ତେ ଯୋଜନା କଲେ”