Door43-Catalog_or_tn/ACT/03/11.md

3.8 KiB

ସେହି ସମୟରେ

“ଯେଉଁ ସମୟରେ”

ଏକ ମଣ୍ଡପ ଯାହା ଶଲୋମନଙ୍କ ବୋଲି କୁହାଯାଉଥିଲା

“ଶଲୋମନଙ୍କ ମଣ୍ଡପ|” ଶଲୋମନ, ଇସ୍ରାଏଲର ଏକ ରାଜାଙ୍କ ନାମ ଯିଏ ସେହି ସମୟର ବହୁ ପୂର୍ବରୁ ଥିଲେ| ଏକ ମଣ୍ଡପ ହେଉଛି, ସ୍ତମ୍ଭର ଧାଡ଼ି ଯାହା ଛାତ ଦ୍ଵାରା ଆଛାଦନ ଥାଏ, ଏବଂ ଏକ ପାର୍ଶ୍ଵରେ ଖୋଲା ଥାଏ| ଏହା ଏହିପରି ଅନୁବାଦ କରାଯାଇପାରେ “ଶଲୋମନଙ୍କ ବାରଣ୍ଡା|” ଶଲୋମନଙ୍କ ମଣ୍ଡପ ବହୁତ ବଡ଼ ଥିଲା|

ଅତିଶୟ ବିସ୍ମୟାପନ୍ନ

“ଆଶ୍ଚର୍ଯ୍ୟପୂର୍ଣ୍ଣ” କିମ୍ବା “ଚମତ୍କୃତ” କିମ୍ବା “ବିସ୍ମୟାପୂର୍ଣ୍ଣ”

ଯେତେବେଳେ ପିତର ଏହା ଦେଖିଲେ

“ଯେତେବେଳେ ପିତର ଦେଖିଲେ ଯେ ଜନଗହଳି ବଡ଼ୁଅଛି” କିମ୍ବା “ଯେତେବେଳେ ପିତର ଲୋକମାନଙ୍କୁ ଦେଖିଲେ” (ୟୁଡିବୀ)

ହେ ଇସ୍ରାଏଲୀୟ ଲୋକମାନେ

“ସହ ଇସ୍ରାଏଲୀୟ” (ୟୁଡିବୀ)| ପିତର ଜନଗହଳିକୁ ସମ୍ବୋଧନ କଲେ| “ଲୋକମାନେ” ଏହି ବାକ୍ୟାଂଶରେ ଉପସ୍ଥିତ ଥିବା ପ୍ରତ୍ୟେକ ଜଣ ଅପସାରିତ କରାଯାଇପାରେ (ପୁରୁଷମାନେ, ସ୍ତ୍ରୀମାନେ, ଶିଶୁମାନେ).

ଆପଣମାନେ କାହିଁକି ଏହି ଲୋକ ବିଷୟରେ ଚମତ୍କୃତ ହେଉଅଛନ୍ତି?

ଏହା ଏକ ପ୍ରଭାବିତ ପ୍ରଶ୍ନ ଅଟେ| ଏହା ଏହିପରି ଅନୁବାଦ କରାଯାଇପାରେ “ତୁମ୍ଭେମାନେ ଚମକୃତ ହେବା ଉଚିତ୍ ନୁହେଁ” ୟୁଡିବୀ| (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ଆମ୍ଭମାନଙ୍କ ପ୍ରତି କାହିଁକି ଏକଦୃଷ୍ଟିରେ ଚାହୁଁଅଛନ୍ତି

ଏହି ପ୍ରଭାବିତ ପ୍ରଶ୍ନ ଏହିପରି ମଧ୍ୟ ଅନୁବାଦ କରାଯାଇପାରେ “ଆପଣମାନେ ଆମ୍ଭମାନଙ୍କୁ ଧ୍ୟାନ ଦେବା ଉଚିତ୍ ନୁହେଁ” କିମ୍ବା “ଆମ୍ଭମାନଙ୍କ ଠାରେ ଧ୍ୟାନ ଦେବା ନିମନ୍ତେ ଆପଣମାନଙ୍କ ଠାରେ କୌଣସି କାରଣ ନାହିଁ|”

ଆମ୍ଭମାନଙ୍କୁ

“ଆମ୍ଭମାନଙ୍କୁ” ପିତର ଓ ଯୋହନଙ୍କୁ ଦର୍ଶାଏ, ଯୁଗ୍ମ ଓ ବହିର୍ଭୁକ୍ତ ପ୍ରକାର ଅଟେ|

ଆମ୍ଭେମାନେ

“ଆମ୍ଭେମାନେ” ପିତର ଓ ଯୋହନଙ୍କୁ ଦର୍ଶାଏ, ଯୁଗ୍ମ ଓ ବହିର୍ଭୁକ୍ତ ପ୍ରକାର ଅଟେ|

କିମ୍ବା ଆମ୍ଭେମାନେ ଯେପରି ନିଜ ଶକ୍ତି ଅବା ଭକ୍ତି ବଳରେ ଏହାକୁ ଚାଲିବା ଶକ୍ତି ଦେଇଅଛୁ?

ଏହା ଏକ ପ୍ରଭାବିତ ପ୍ରଶ୍ନ ଅଟେ| ଏହା ଏହିପରି ଅନୁବାଦ କରାଯାଇପାରେ “ଆମ୍ଭେମାନେ ନିଜ ଶକ୍ତି ଅବା ଭକ୍ତି ବଳରେ ଏହାକୁ ଚାଲିବା ଶକ୍ତି ଦେଇ ନାହୁଁ|”