Door43-Catalog_or_tn/ACT/02/16.md

2.2 KiB
Raw Permalink Blame History

ପିତର ଯିହୂଦୀମାନଙ୍କୁ ଆପଣା ବକ୍ତବ୍ୟ ଦେବା ଜାରି ରଖନ୍ତି ଯାହା :୧୪ ରେ ଆରମ୍ଭ କରିଥିଲେ|

ଯୋୟେଲ ଭାବବାଦୀଙ୍କ ଦ୍ଵାରା ଯାହା ଉକ୍ତ ଅଛି

“ଈଶ୍ଵର ଏହା କହିଲେ ଓ ଯୋୟେଲ ଭାବବାଦୀଙ୍କୁ ଲେଖିବା ନିମନ୍ତେ ଆଦେଶ ଦେଲେ” କିମ୍ବା “ଯୋୟେଲ ଭାବବାଦୀ ଏହି ବିଷୟଗୁଡ଼ିକ ଲେଖିଲେ ଯାହା ଈଶ୍ଵର କହିଲେ|”

ଯାହା କୁହାଯାଇଛି

ଏହା ଏହିପରି ପ୍ରତ୍ୟକ୍ଷ କ୍ରିୟାରେ ଅନୁବାଦ କରାଯାଇପାରେ : “ଈଶ୍ଵର ଯାହା କହିଲେ” କିମ୍ବା “ଈଶ୍ଵର ଯେଉଁ ବିଷୟରେ କହିଲେ|” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ଶେଷକାଳରେ ଏହିପରି ଘଟିବ

ଏହା ଏହିପରି ଅନୁବାଦ କରାଯାଇପାରେ “ଶେଷକାଳରେ|” ଏହି ବିଷୟଗୁଡ଼ିକ ଯାହା ଶେଷକାଳରେ ଘଟିବ ବୋଲି ସେ କହିବାକୁ ଯାଉଥିଲେ| ଈଶ୍ଵର ଯାହା କହିଲେ ଏହା ତାହାର ପ୍ରଥମ ଅଂଶ| ଏହି ଶବ୍ଦଗୁଡ଼ିକ “ଈଶ୍ଵର କହନ୍ତି” ୟୁଡିବିରେ ଏହା ପ୍ରଥମେ ଆସିପାରେ

ସମସ୍ତ ମର୍ତ୍ତ୍ୟ ଉପରେ ଆପଣା ଆତ୍ମା ବୃଷ୍ଟି କରିବା

ଏହା ଏକ ଅଳଙ୍କାର ଅଟେ ଯାହା କହେ ଈଶ୍ୱର ଆପଣା ଆତ୍ମା ସମସ୍ତ ଲୋକମାନଙ୍କୁ ପ୍ରଚୁର ଭାବରେ ଦେବେ|

ସମସ୍ତ ମର୍ତ୍ତ୍ୟ

“ସମସ୍ତ ଲୋକ|” ଏହି ଶବ୍ଦ “ମର୍ତ୍ତ୍ୟ” ଲୋକମାନଙ୍କୁ ଦର୍ଶାଏ କାରଣ ଲୋକେ ମୃତ୍ତିକାରେ ନିର୍ମିତ| (ଦେଖନ୍ତୁ: ଉପଲକ୍ଷଣ)