Door43-Catalog_or_tn/ACT/01/20.md

1.7 KiB

ପିତର ବିଶ୍ୱାସୀମାନଙ୍କୁ ଆପଣା ବକ୍ତବ୍ୟ ଦେବା ଜାରି ରଖନ୍ତି ଯାହା ୧:୧୬ ରେ ଆରମ୍ଭ କରିଥିଲେ|

ଆଉ, ଏହା ଗୀତସଂହିତାରେ ଲେଖାଅଛି

ଏହା ଯିହୁଦାଙ୍କ ପରିସ୍ଥିତି ଉପରେ ଆଧାରିତ ଅଟେ ଯାହା ସେ କେବଳ ବର୍ଣ୍ଣନା କଲେ, ପିତର ଗୀତସଂହିତାର ଏକ ଅଂଶକୁ ମନେପକାଉଅଛନ୍ତି ଯାହା ସେ ବିଶ୍ୱାସ କରନ୍ତି ଓ ବର୍ତ୍ତମାନ ପରିସ୍ଥିତିକୁ ବର୍ଣ୍ଣନା କରେ|

ଗୀତସଂହିତା

ଏହା ଏହିପରି ଅନୁବାଦ କରାଯାଇପାରେ “ସ୍ତବସଂହିତା” କିମ୍ବା “ଗୀତସଂହିତା|” ଏହି ପୁସ୍ତକ ଶାସ୍ତ୍ରର ଏକ ଅଂଶ ଅଟେ|

ତାହାର ବାସସ୍ଥାନ ଶୂନ୍ୟ ହେଉ

ସମ୍ପତ୍ତି ପତିତ ହେବା ବା ବଢିବା ଏହା ଆଭାସ ଦିଏ ଯେ ମାଲିକ ମୃତ ଅଟେ|

ଆଉ ସେଠାରେ କେହି ବ୍ୟକ୍ତି ବାସ ନ କରୁ

ସ୍ଥାନ ଅପରିଷ୍କାର ଅଛି (ବର୍ଜିତ) କିମ୍ବା ବାସ କରିବା ନିମନ୍ତେ ଅଯୋଗ୍ୟ|

ତାହାର ଅଧ୍ୟକ୍ଷପଦ ଅନ୍ୟ ଜଣେ ପ୍ରାପ୍ତ ହେଉ

“ତାହାର ଅଧ୍ୟକ୍ଷପଦର ସ୍ଥିତି ପରିବର୍ତ୍ତନ କରାଯାଉ”