Door43-Catalog_or_tn/3JN/01/11.md

3.1 KiB

ଦୁଷ୍କର୍ମର ଅନୁକାରୀ ହୁଅ ନାହିଁ

“ମନ୍ଦ କର୍ମର ଅନୁକାରୀ ହୁଅ ନାହିଁ ଯାହା ଲୋକେ କରନ୍ତି”

କିନ୍ତୁ ସତ୍କର୍ମ

ଏଠାରେ ଶବ୍ଦଗୁଡ଼ିକ ବାଦ୍ ହୋଇଛି କିନ୍ତୁ ତାହା ବୁଝିହେଉଛି| ବିକଳ୍ପ ଅନୁବାଦ: “କିନ୍ତୁ ସତ୍କର୍ମର ଅନୁକାରୀ ହୁଅ ଯାହା ଲୋକେ କରନ୍ତି|” (ଦେଖନ୍ତୁ: ଶବ୍ଦର ବିଲୋପ)

ଈଶ୍ୱରଙ୍କ ଠାରୁ

“ଈଶ୍ୱରଙ୍କର”

ଈଶ୍ୱରଙ୍କୁ ଦର୍ଶନ କରି ନାହିଁ

ବିକଳ୍ପ ଅନୁବାଦ: “ଈଶ୍ୱରଙ୍କର ନୁହେଁ” କିମ୍ବା “ଈଶ୍ୱରଙ୍କୁ ବିଶ୍ୱାସ କରେ ନାହିଁ”

ଦୀମିତ୍ରୀୟଙ୍କ ସପକ୍ଷରେ ସମସ୍ତେ ସାକ୍ଷ୍ୟ ଦେଇଅଛନ୍ତି

ବିକଳ୍ପ ଅନୁବାଦ: “ପ୍ରତ୍ୟେକ ବିଶ୍ୱାସୀ ଦୀମିତ୍ରୀୟଙ୍କୁ ଜାଣନ୍ତି ତାହାଙ୍କ ନିମନ୍ତେ ଭଲ କଥା କହନ୍ତି|” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ଦୀମିତ୍ରୀୟ

ଏହା ଏହି ବ୍ୟକ୍ତି ଯାହାଙ୍କୁ ଯୋହନ ଚ଼ାହାନ୍ତି ଯେ ଗାୟ ଓ ସମସ୍ତ ମଣ୍ଡଳୀ ତାହାଙ୍କୁ ଆତିଥ୍ୟ କରନ୍ତୁ| (ଦେଖନ୍ତୁ: ଅନୁବାଦ ନାମଗୁଡ଼ିକ)

ଆଉ ସତ୍ୟ ନିଜେ ସୁଦ୍ଧା

“ଆଉ ସତ୍ୟ ନିଜେ ତାହାଙ୍କ ନିମନ୍ତେ ଭଲ କଥା କହେ|” ଏଠାରେ “ସତ୍ୟ” ବର୍ଣ୍ଣନା କରେ ଯେପରି ଏକ ବ୍ୟକ୍ତି କଥା କହେ| ବିକଳ୍ପ ଅନୁବାଦ: “ଏବଂ ତାହାଙ୍କ ବିଷୟରେ ସେମାନେ ଯାହା କହନ୍ତି ତାହା ସତ୍ୟ ଅଟେ|” (ଦେଖନ୍ତୁ: ବ୍ୟକ୍ତିତ୍ୱ ଆରୋପ))

ଆମ୍ଭେମାନେ ମଧ୍ୟ ସାକ୍ଷ୍ୟ ଦେଉଅଛୁ

ଏଠାରେ “ଆମ୍ଭେମାନେ”ଯୋହନ ଓ ତାହାଙ୍କ ସହିତ ଯେଉଁମାନେ ଥିଲେ ସେସମସ୍ତଙ୍କୁ ଦର୍ଶାଏ|ଏଥିରେ ଗାୟ ଅନ୍ତର୍ଭୁକ୍ତ ନୁହନ୍ତି| ବିକଳ୍ପ ଅନୁବାଦ: “ଆମ୍ଭେମାନେ ମଧ୍ୟ ତାହାଙ୍କ ବିଷୟରେ ତୁମ୍ଭ ଭଲ କଥା କହୁ|” (ଦେଖନ୍ତୁ: ସୀମା ବହିର୍ଭୁକ୍ତ)

ତୁମ୍ଭେ ଜାଣ

ଏହି ଶବ୍ଦ “ତୁମ୍ଭେ”ଏକ ବଚ଼ନ ଅଟେ ଓ ଗାୟଙ୍କୁ ଦର୍ଶାଏ| (ଦେଖନ୍ତୁ: ତୁମ୍ଭେ ର ପ୍ରକାର)