Door43-Catalog_or_tn/3JN/01/01.md

2.7 KiB

ପ୍ରାଚୀନ

ଏହା ପ୍ରେରିତ ଓ ଯୀଶୁଙ୍କ ଶିଷ୍ୟ ଯୋହନଙ୍କୁ ଦର୍ଶାଏ, ସେ ଆପଣାକୁ ଜଣେ “ପ୍ରାଚୀନ” ଭାବେ ଦର୍ଶାଉଛନ୍ତି ହୋଇପାରେ ତାହାଙ୍କ ବୃଦ୍ଧାବସ୍ଥା କାରଣରୁ ଅଥବା ସେ ମଣ୍ଡଳୀରେ ଜଣେ ନେତା ହୋଇଥିବା କାରଣରୁ| ଲେଖକଙ୍କ ନାମ ସ୍ପଷ୍ଟ କରାଯାଇପାରେ: “ମୁଁ, ଯୋହନ ପ୍ରାଚୀନ, ଲେଖୁଅଛି|” (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚ଼ନା)

ଗାୟ

ଏ ଜଣେ ସହ ବିଶ୍ୱାସୀ ଅଟନ୍ତି ଯାହାଙ୍କୁ ଯୋହନ ଏହି ପତ୍ର ଲେଖୁଅଛନ୍ତି| (ଦେଖନ୍ତୁ: ଅନୁବାଦ ନାମଗୁଡ଼ିକ)

ଯାହାଙ୍କୁ ମୁଁ ସତ୍ୟ ରୂପେ ପ୍ରେମ କରେ

ବିକଳ୍ପ ଅନୁବାଦ: “ଯାହାଙ୍କୁ ମୁଁ ଆନ୍ତରିକ ଭାବେ ପ୍ରେମ କରେ|“ (ୟୁଡିବି)

ସର୍ବ ବିଷୟରେ ତୁମ୍ଭର ମଙ୍ଗଳ ହେଉ ଓ ସ୍ୱାସ୍ଥ୍ୟ ଭୋଗ କରୁଥାଅ

“ସର୍ବ ବିଷୟରେ ତୁମ୍ଭର ଉନ୍ନତି ହେଉ ଓ ତୁମ୍ଭେ ସ୍ୱାସ୍ଥ୍ୟବାନ ରୁହ”

ତୁମ୍ଭ ଆତ୍ମାର ଯେପରି ମଙ୍ଗଳ ହେଉଅଛି

“ ଯେପରି ତୁମ୍ଭେ ଆତ୍ମିକ ଭାବେ ଉନ୍ନତି କରୁଅଛ”

ଭାଇମାନେ

“ସହ ବିଶ୍ୱାସୀମାନେ”

ସତ୍ୟ ପ୍ରତି ତୁମ୍ଭର ନିଷ୍ଠାଭାବ, ଅର୍ଥାତ୍ ସତ୍ୟରେ ତୁମ୍ଭର ଆଚରଣ ବିଷୟରେ ସାକ୍ଷ୍ୟ ଦେଲେ

“ଈଶ୍ୱରଙ୍କ ସତ୍ୟତା ଅନୁସାରେ ତୁମ୍ଭର ଆଚରଣ ବିଷୟରେ କହିଲେ” କିମ୍ବା ”

ମୋହର ସନ୍ତାନମାନେ

ଯୋହନ, ଯେଉଁ ସନ୍ତାନମାନଙ୍କୁ ଯୀଶୁଙ୍କୁ ବିଶ୍ୱାସ କରିବା ନିମନ୍ତେ ଶିକ୍ଷା ଦେଲେ ସେମାନଙ୍କ ସହିତ ତୁଳନା କରନ୍ତି| ସେମାନଙ୍କ ନିମନ୍ତେ ତାହାଙ୍କ ପ୍ରେମ ଓ ଆଗ୍ରହକୁ ଏହା ଗୁରୁତ୍ୱ ଦିଏ| ବିକଳ୍ପ ଅନୁବାଦ: “ମୋହର ଆତ୍ମିକ ସନ୍ତାନମାନେ” (ଦେଖନ୍ତୁ:ଉଦାହରଣ)