Door43-Catalog_or_tn/2TI/01/06.md

3.2 KiB
Raw Permalink Blame History

ଏହା ହିଁ କାରଣ ଅଟେ

"ଏହି କାରଣ ହେତୁ" କିମ୍ବା "ଯୀଶୁଙ୍କଠାରେ ତୁମ୍ଭମାନଙ୍କର ପ୍ରକୃତ ବିଶ୍ଵାସ ହେତୁ" କିମ୍ବା "ଯେହେତୁ ଯୀଶୁଙ୍କଠାରେ ତୁମ୍ଭମାନଙ୍କର ପ୍ରକୃତ ବିଶ୍ଵାସ ଅଛି"

ମୁଁ ତୁମ୍ଭମାନଙ୍କୁ ସ୍ମରଣ କରାଇଦିଏ

"ମୁଁ ତୁମ୍ଭମାନଙ୍କୁ ସ୍ମରଣ କରାଉଅଛି" କିମ୍ବା "ମୁଁ ତୁମ୍ଭମାନଙ୍କୁ ପୁନର୍ବାର କହୁଅଛି"

ମୋହର ହସ୍ତ ଥୋଇବା ଦ୍ଵାରା ତୁମ୍ଭଠାରେ ଥିବା ଈଶ୍ଵରଙ୍କ ଦାନକୁ ପୁନରୁଦ୍ରେକ କର

ପବିତ୍ର ଆତ୍ମା ଏବଂ ଆତ୍ମିକ ଯୋଗ୍ୟତା କିମ୍ବା ଦାନ ତାହାଙ୍କ ଉପରେ ଅର୍ପଣ କରିବାକୁ ପାଉଲ ତୀମଥିଙ୍କ ଉପରେ ହସ୍ତ ଥୋଇଥିଲେ । ଖ୍ରୀଷ୍ଟଙ୍କ ନିମନ୍ତେ କରୁଥିବା ତାହାଙ୍କ ସେବାରେ ପାଉଲ ତୀମଥିଙ୍କୁ ଆତ୍ମିକ ଯୋଗ୍ୟତାକୁ "ପୁନଃଆଲୋକ" କିମ୍ବା "ପୁନରୁଦ୍ରେକ" କରିବାକୁ କହୁଅଛନ୍ତି । ଫୁଙ୍କିବାର ଛବି କିମ୍ବା କୋଇଲା ଖଣ୍ଡଗୁଡିକୁ ବାୟୁ ସଂଚାଳନ କରିବା ଆତ୍ମିକ ଯୋଗ୍ୟତା ନିମନ୍ତେ ଏକ ଉପମା ଅଟେ ଏବଂ ଦାନଗୁଡିକ ଯାହା ତୀମଥି ଅବହେଳିତ କରିଆସିଥିଲେ କିମ୍ବା ବ୍ୟବହାର କରୁନଥିଲେ ।

କାରଣ ଈଶ୍ଵର

"କାରଣ ଈଶ୍ଵର" କିମ୍ବା "ଯେହେତୁ ଈଶ୍ଵର"

ଈଶ୍ଵର ଆମ୍ଭମାନଙ୍କୁ ଭୟର ଆତ୍ମା ଦେଲେ ନାହିଁ

ପାଉଲ ଈଶ୍ଵରଙ୍କଠାରୁ ଆତ୍ମା ଗ୍ରହଣ କରିଥିଲେ । ଯେତେବେଳେ ସେ ତାହାଙ୍କ ହସ୍ତ ତୀମଥିଙ୍କ ଉପରେ ଥୋଇଲେ, ସେହି ତୀମଥିଙ୍କ ଉପରକୁ ଆସିଥିଲା । ଏହି ଆତ୍ମା ସେମାନଙ୍କୁ ଈଶ୍ଵରଙ୍କୁ କିମ୍ବା ଅନ୍ୟ ଲୋକମାନଙ୍କୁ ଭୟ କରିବାର କାରଣ ହେଲା ନାହିଁ ।

ଅନୁଶାସନର ... ଆତ୍ମା

ସମ୍ଭାବନ ଅର୍ଥଗୁଡିକ "ଈଶ୍ଵରଙ୍କ ଆତ୍ମା ଆପଣା ଆପଣାକୁ ନିୟନ୍ତ୍ରଣ କରିବାକୁ ଆମ୍ଭମାନଙ୍କୁ ସକ୍ଷମ କରେ" (ଦେଖନ୍ତୁ UDB) କିମ୍ବା ) ଈଶ୍ଵରଙ୍କ ଅନ୍ୟମାନଙ୍କୁ ଯେଉଁମାନେ ତ୍ରୁଟିରେ ଚାଲନ୍ତି ସେମାନଙ୍କୁ ସଂଶୋଧନ କରିବାରେ ଆମ୍ଭମାନଙ୍କୁ ସକ୍ଷମ କରେ ।"