Door43-Catalog_or_tn/2TI/01/01.md

3.0 KiB
Raw Permalink Blame History

ପାଉଲ

"ପାଉଲଙ୍କଠାରୁ" କିମ୍ବା "ମୁଁ, ପାଉଲ ଏହି ପତ୍ର ଲେଖୁଅଛି"

ଈଶ୍ଵରଙ୍କ ଇଚ୍ଛା ଦ୍ଵାରା

"ଈଶ୍ଵରଙ୍କ ଇଚ୍ଛା ହେତୁ" କିମ୍ବା "କାରଣ ଈଶ୍ଵର ଏହାକୁ ଏହିପରି ଭାବରେ ହେବାକୁ ଚାହିଁଲେ ।" ପାଉଲ ଜଣେ ପ୍ରେରିତ ହେଲେ କାରଣ ଈଶ୍ଵର ପାଉଲକୁ ଏକ ପ୍ରେରିତ ହେବାକୁ ଇଚ୍ଛା କଲେ, ଏବଂ ସେ କେହି ମନୁଷ୍ୟ ଦ୍ଵାରା ମନୋନୀତ ହୋଇଥିବା ହେତୁ ନୁହେଁ ।

ଅନୁସାରେ

ସମ୍ଭାବନା ଅର୍ଥଗୁଡିକ: ୧) "ଏହା ରଖିବା ସହ," ଅର୍ଥ ଯେପରି ଈଶ୍ଵର ପ୍ରତିଜ୍ଞା କରନ୍ତି ଯେ ଯୀଶୁ ଜୀବନ ଦିଅନ୍ତି, ସେ ପାଉଲଙ୍କୁ ଏକ ପ୍ରେରିତ କରିଅଛନ୍ତି; ) "ଏହି ଉଦ୍ଦେଶ୍ୟ ହେତୁ," ଅର୍ଥ ହେଉଛି ଯେ ଈଶ୍ଵର ପାଉଲଙ୍କୁ ଯୀଶୁଙ୍କଠାରେ ଈଶ୍ଵରଙ୍କ ଜୀବନର ପ୍ରତିଜ୍ଞା ବିଷୟରେ ଅନ୍ୟମାନଙ୍କୁ କହିବାକୁ ନିଯୁକ୍ତ କଲେ ।

ଜୀବନର ପ୍ରତିଜ୍ଞା ଯାହା ଯୀଶୁ ଖ୍ରୀଷ୍ଟଙ୍କଠାରେ ଅଛି

"ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କଠାରେ ଅଛନ୍ତି ସେମାନଙ୍କୁ ଜୀବିତ କରିବାକୁ ଈଶ୍ଵର ପ୍ରତିଜ୍ଞା କରିଅଛନ୍ତି"

ଅତିପ୍ରିୟ ଶିଶୁ

"ପ୍ରିୟ ଶିଶୁ" କିମ୍ବା "ଶିଶୁ ଯେ ପ୍ରେମ ପାଉଅଛି" କିମ୍ବା "ଶିଶୁ ଯାହାକୁ ମୁଁ ପ୍ରେମ କରେ ।" ତୀମଥି ପାଉଲଙ୍କ ଦ୍ଵାରା ଯୀଶୁଙ୍କୁ ପ୍ରତି ପରିବର୍ତ୍ତନ ହୋଇଥିଲେ, ଏବଂ ପାଉଲ ଏହି କାରଣ ପାଇଁ ତାହାଙ୍କୁ ତାହାଙ୍କ ନିଜର ଶିଶୁ ବୋଲି ମନେକଲେ ।

ଠାରୁ ଅନୁଗ୍ରହ, ଦୟା, ଏବଂ ଶାନ୍ତି

"ଠାରୁ ତୁମ୍ଭମାନଙ୍କର ଅନୁଗ୍ରହ, ଦୟା, ଏବଂ ଶାନ୍ତି ହେଉ" କିମ୍ବା "ଠାରୁ ଦୟା, କ୍ଷମା ଏବଂ ଶାନ୍ତି ତୁମ୍ଭମାନଙ୍କ ଅନ୍ତରରେ ଅନୁଭବ କର"

ପିତା ଈଶ୍ଵର

"ଈଶ୍ଵର ଯେ ଆମ୍ଭମାନଙ୍କର ପିତା"

ଏବଂ ଯୀଶୁ ଖ୍ରୀଷ୍ଟ ଆମ୍ଭମାନଙ୍କର ପ୍ରଭୁ

"ଯୀଶୁ ଖ୍ରୀଷ୍ଟ ଯେ ଆମ୍ଭମାନଙ୍କର ପ୍ରଭୁ"