Door43-Catalog_or_tn/2PE/02/20.md

2.4 KiB

ଯେକେହି ପ୍ରଭୁ ଏବଂ ଉଦ୍ଧାରକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଜ୍ଞାନ ଦ୍ଵାରା ଏହି ଜଗତର ଅପବିତ୍ରତାରୁ ପଳାଏ,

ଯେ କୌଣସି ବ୍ୟକ୍ତି ପ୍ରଭୁ ଏବଂ ଉଦ୍ଧାରକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଅଛି ଏବଂ ଅଶୁଚି ଏବଂ ଅପବିତ୍ରତାରୁ ପଳାୟନ କରିଅଛି ।

ଏହା ସେମାନଙ୍କ ନିମନ୍ତେ ପ୍ରଥମ ଅପେକ୍ଷା ଅଧିକ ଖରାପ ହୋଇଅଛି ।

ସେମାନେ ଅଧିକ ଖରାପ ଯେହେତୁ ସେମାନଙ୍କ ପାଖରେ ପବିତ୍ର ଜୀବନ ଯାପନର ଜ୍ଞାନ ଅଛି ଏବଂ ସେମାନେ ପାପର ଜୀବନକୁ ଯିବାକୁ ଫେରିଯିବାକୁ ମନୋନୀତ କରିଅଛନ୍ତି ।

ଧାର୍ମିକତାର ମାର୍ଗ ଜାଣିଅଛନ୍ତି

ଇଶ୍ଵରଙ୍କୁ ସନ୍ତୁଷ୍ଟ କରି ଜୀବନ ଯାପନ କରିବା ।

ପବିତ୍ର ଆଜ୍ଞା ସେମାନଙ୍କୁ ଦିଆଯାଇଅଛି ।

ଇଶ୍ଵର ନିୟମ ଏବଂ ବିଧିଗୁଡିକ ସେମାନଙ୍କୁ ଦିଆଯାଇଅଛି ଯେପରି ସେମାନେ ଇଶ୍ଵରଙ୍କ ନିମନ୍ତେ କିପରି ବଞ୍ଚିବେ ତାହା ଜାଣିବେ ।

ଏହି ପ୍ରବାଦ...କୁକୁର ତାହାରି ବାନ୍ତି ପ୍ରତି ଫେରେ । ଧୌତ ଘୁଷୁରୀ କାଦୁଅ ପ୍ରତି ଫେରେ ।

ଏହି ପ୍ରବାଦ ସେମାନଙ୍କୁ ତୁଳନା କରୁଅଛି ଯେଉଁମାନେ ସତ୍ୟ ଜାଣନ୍ତି କିନ୍ତୁ ଅଧାର୍ମିକତା ପ୍ରତି ଫେରି ଆସନ୍ତି ।

"କୁକୁର ତାହାରି ବାନ୍ତି ପ୍ରତି ଫେରେ" ଏହା ହିତୋପଦେଶ ୨୬:୧୧କୁ ଦର୍ଶାଏ । ଗୋଟିଏ ଅର୍ଥରେ "ଗୋଟିଏ ପଶୁକୁ ଆପଣାକୁ ଅପବିତ୍ର ନ କରିବାକୁ ପ୍ରଶିକ୍ଷଣ ନେବାରେ ଅସକ୍ଷମ ଅଟେ ।"