Door43-Catalog_or_tn/2PE/02/12.md

3.7 KiB

ଏହି ନିର୍ବୋଧ ପଶୁଗୁଡିକ

ଯେପରି ପଶୁମାନେ ଚିନ୍ତା କରିପାରନ୍ତି ନାହିଁ, ଏହି ଲୋକମାନେ ବିଚାର କରିପାରନ୍ତି ନାହିଁ । ବିକଳ୍ପ ଅନୁବାଦ: "ଏହି ଭଣ୍ଡ ଶିକ୍ଷକମାନେ ନିର୍ବୋଧ ପଶୁମାନଙ୍କ ସଦୃଶ୍ୟ ଅଟନ୍ତି" (ଦେଖନ୍ତୁ: ତୁଳନା/ରୁପକ/ଉପମା)

ସେମାନେ ଜାଣନ୍ତି ନାହିଁ ଯାହା ସେମାନେ ନିନ୍ଦା କରନ୍ତି ।

ସେମାନେ ଯାହା ଜାଣନ୍ତି ନାହିଁ କିମ୍ବା ବୁଝିପାରନ୍ତି ନାହିଁ ସେମାନେ ତହିଁର ମନ୍ଦ କହନ୍ତି ।

ସେମାନେ ବିନଷ୍ଟ ହେବେ ।

ବିକଳ୍ପ ଅନୁବାଦ: "ଇଶ୍ଵର ଏହି ଲୋକମାନଙ୍କୁ ବିନାଶ କରିବେ" (ଦେଖନ୍ତୁ କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)

ସେମାନଙ୍କର ମନ୍ଦକାର୍ଯ୍ୟର ପୁରଷ୍କାର ଦ୍ଵାରା ସେମାନେ ଆଘାତ ହୋଇଅଛନ୍ତି

"ସେମାନେ ଯାହା ସେମାନଙ୍କ ନିମନ୍ତେ ଉତ୍ତମ ବୋଲି ଭାବନ୍ତି ବାସ୍ତବରେ ତାହା ସେମାନଙ୍କ ନିମନ୍ତେ ମନ୍ଦ ଅଟେ ।" (ଦେଖନ୍ତୁ: ବକ୍ରୋକ୍ତି/ବ୍ୟଙ୍ଗୋକ୍ତି)

ସେମାନେ ଦାଗ ଓ କଳଙ୍କମାନ ଅଟନ୍ତି ।

ଭଣ୍ଡ ଶିକ୍ଷକମାନଙ୍କ ଅପମାନ ଏବଂ ଅମର୍ଯ୍ୟଦା ଦାଗ ଓ କଳଙ୍କ ସଦୃଶ୍ୟ ଯାହା ସହଜରେ ଅଦରକାରୀ ଚିହ୍ନ ନ ଛାଡି ବାହାରେ ନାହିଁ । ଦେଖନ୍ତୁ: (ତୁଳନା/ରୁପକ/ଉପମା)

ସେମାନେ ସେମାନଙ୍କର ପ୍ରତାରଣପୁର୍ଣ୍ଣ ଆନନ୍ଦରେ ଉପଭୋଗ କରନ୍ତି ଯେତେବେଳେ ସେମାନେ ତୁମ୍ଭମାନଙ୍କ ସହିତ ଭୋଜ କରନ୍ତି

ସେମାନେ ନିର୍ଦ୍ଧୋଷମାନଙ୍କୁ ପ୍ରତାରଣ କରିବାରେ ଆନନ୍ଦ କରନ୍ତି ଯେତେବେଳେ ସେମାନଙ୍କର ଚକ୍ଷୁରେ ଦେଖୁଅଛନ୍ତି ପୁଣି ସେମାନେ ଦୋଷୀ ମନେ କରନ୍ତି ନାହିଁ ।

ବ୍ୟଭିଚାରୀ ସ୍ତ୍ରୀଲୋକମାନଙ୍କ ଦ୍ଵାରା ଚକ୍ଷୁ ପରିପୁର୍ଣ୍ଣ; ଏବଂ ସେମାନେ କେବେହେଁ ପାପ ସହିତ ସନ୍ତୁଷ୍ଟ ନୁହଁନ୍ତି

"ପ୍ରତ୍ୟେକ ସ୍ତ୍ରୀ ଯେଉଁମାନଙ୍କୁ ସେମାନେ ଦେଖନ୍ତି ସେମାନଙ୍କ ପଛରେ ଲାଳସା କରନ୍ତି, ଏବଂ କେବେହେଁ ଯଥେଷ୍ଟ ହୁଏ ନାହିଁ ।"

ଲାଳସାପୁର୍ଣ୍ଣରେ ହୃଦୟଗୁଡିକ ପ୍ରଶିକ୍ଷଣ

"ହୃଦୟ", ସମସ୍ତ ବ୍ୟକ୍ତିଙ୍କୁ ବୁଝାଏ, ଯେ ଲୋଭର ଭାବନା ଏବଂ କାର୍ଯ୍ୟରେ ପ୍ରଶିକ୍ଷଣ । ସେମାନେ ଅନ୍ୟାୟ ଭାବରେ ସମ୍ପତ୍ତି ଏବଂ ଅଧିକାର ଇଚ୍ଛା କରନ୍ତି । (ଦେଖନ୍ତୁ: ଅଳଙ୍କାର 'ସିନକ୍ଡୋଖେ')