Door43-Catalog_or_tn/2PE/02/04.md

2.3 KiB
Raw Permalink Blame History

● ଯଦି ଇଶ୍ଵର ଯେଉଁ ଦୂତମାନେ ପାପ କଲେ ସେମାନଙ୍କୁ ରକ୍ଷା କଲେ ନାହିଁ... ଏହା "ଯଦି" ଉକ୍ତିଗୁଡିକର ଏକ କ୍ରମ ଆରମ୍ଭ କରେ ଯାହା :୯ ଠାରେ ସମାପ୍ତ ହୁଏ । ● ଟାର୍ଟରୁସ୍ ତଳେ ନର୍କର ଗ୍ରୀକ ଶବ୍ଦ "ଟାର୍ଟରୁସ୍" ଅଟେ ଯାହା ଗ୍ରୀକ ଏବଂ ରୋମୀୟ ଧର୍ମରୁ ନିଆଯାଇଅଛି । (ଦେଖନ୍ତୁ: ଅନୁବାଦର ନାମଗୁଡିକ) ● ନ୍ୟାୟ ପର୍ଯ୍ୟନ୍ତ ଅନ୍ଧକାରର ଜଞ୍ଜିରରେ ରଖାଯିବେ ଇଶ୍ଵରଙ୍କ ଶେଷ ନ୍ୟାୟର ଅପେକ୍ଷାରେ ସୁରକ୍ଷାର ବନ୍ଧୀରେ ରଖାଯିବେ । ● ଯଦି ସେ ପୂରାତନ ଜଗତକୁ ରକ୍ଷା କଲେ ନାହିଁ...କିନ୍ତୁ ଅଧାର୍ମିକମାନଙ୍କ ଜଗତ ଉପରେ ଜଳ ପ୍ଲାବନ ଆଣିଲେ ଇଶ୍ଵର ପୂରାତନ ଜଗତକୁ ଏବଂ ଅଧାର୍ମିକ ଲୋକମାନଙ୍କୁ ଜଳ ପ୍ଲାବନ ଦ୍ଵାରା ବିନାଶ କଲେ । ● କିନ୍ତୁ ନୋହଙ୍କୁ ରକ୍ଷା କଲେ ଇଶ୍ଵର ଧାର୍ମିକ ନୋହଙ୍କୁ ଜଳ ପ୍ଲାବନଠାରୁ ଉଦ୍ଧାର କଲେ । ● ସଦୋମ ଓ ହମୋରାର ନଗରୀମାନଙ୍କୁ ଭସ୍ମ କରିଦେଲେ ସଦୋମ ହମୋରାର ନଗରୀମାନଙ୍କରେ ଥିବା ଅଧାର୍ମିକମାନଙ୍କୁ ବିନାଶ କରିବାକୁ ଇଶ୍ଵର ଅଗ୍ନି ବ୍ୟବହାର କଲେ । ● କ'ଣ ଆସୁଅଛି ତାହାର ଏକ ଉଦାହରଣ ସ୍ଵରୂପ ଯେପରି ସଦୋମ ଓ ହମୋରା ଅଗ୍ନି ଦ୍ଵାରା ବିନାଶ ହୋଇଥିଲା, ସେହିପରି ଯୁଗାନ୍ତ ସମୟରେ ଇଶ୍ଵର ଅଗ୍ନିର ହ୍ରଦ ଦ୍ଵାରା ସମସ୍ତ ଅଧାର୍ମିକ ଲୋକମାନଙ୍କୁ ବିନାଶ କରିବେ ।