Door43-Catalog_or_tn/2PE/01/19.md

2.2 KiB

● ଆମ୍ଭମାନଙ୍କ ପାଖରେ ଏହି ଭାବବାଦୀ ଶବ୍ଦ ନିଶ୍ଚିତ ହୋଇଅଛି ପିତର ପ୍ରେରିତମାନଙ୍କୁ ଦର୍ଶାଉଅଛନ୍ତି । ପ୍ରେରିତମାନଙ୍କ ପାଖରେ ଭାବାବାଦୀମାନଙ୍କଠାରୁ ଏହି ସମ୍ବାଦ ଅଛି ଯାହା ସେମାନେ ଜାଣନ୍ତି ଯେ ତାହା ଇଶ୍ଵରଙ୍କଠାରୁ ସତ୍ୟ ଅଟେ । (ଦେଖନ୍ତୁ: ଏକ ଗୋଷ୍ଠୀ/ବ୍ୟକ୍ତି ନିମନ୍ତେ ଉଦ୍ଦିଷ୍ଟ) ● ଯାହାକୁ ତୁମ୍ଭେମାନେ ଭଲ ଭାବରେ ଧ୍ୟାନ ଦିଅ । ଭବିଷ୍ୟତ ବାଣୀ ପ୍ରତି ମନୋଯୋଗୀ ହେବାକୁ ପିତର ବିଶ୍ଵାସୀମାନଙ୍କୁ କହୁଅଛନ୍ତି । ● ଏହା ଏକ ଦୀପ ସଦୃଶ୍ୟ ଯାହା ପ୍ରଭାତ ଆସିବା ପର୍ଯ୍ୟନ୍ତ ଅନ୍ଧକାରରେ ଆଲୋକିତ ହୁଏ ଭବିଷ୍ୟତ ବାଣୀକୁ ଏକ ଦୀପ ସହିତ ତୁଳନା କରାଯାଇଅଛି ଯାହା ପ୍ରଭାତ ଆସିବା ପର୍ଯ୍ୟନ୍ତ ଅନ୍ଧକାରରେ ଆଲୋକ ଦିଏ । (ଦେଖନ୍ତୁ: ତୁଳନା/ଉପମା) ● ଏବଂ ପ୍ରଭାତୀ ତାରା ହୃଦୟମାନଙ୍କରେ ଜାଗିଉଠେ ପ୍ରଭାତୀ ତାରା ଖ୍ରୀଷ୍ଟ ଅଟନ୍ତି ଯେ ବିଶ୍ଵାସୀମାନଙ୍କ ହୃଦୟରେ ବାସ କରିବାକୁ ଆସୁଅଛନ୍ତି । (ଦେଖନ୍ତୁ: ତୁଳନା/ରୁପକ/ଉପମା) ● କିନ୍ତୁ ଲୋକମାନେ ପବିତ୍ର ଆତ୍ମାଙ୍କ ଦ୍ଵାରା ବହିନେଲେ ଏବଂ ଇଶ୍ଵରଙ୍କ କଥା କହିଲେ । ଯେଉଁ ଲୋକମାନେ ପବିତ୍ର ଆତ୍ମା ଦ୍ଵାରା ନିୟନ୍ତ୍ରିତ ହେଲେ ଏବଂ ଇଶ୍ଵର ଯାହା ସେମାନଙ୍କୁ କହିଲେ ତାହା ସେମାନେ କହିଲେ ।