Door43-Catalog_or_tn/2PE/01/10.md

1.4 KiB

ପିତର ବିଶ୍ଵାସୀମାନଙ୍କ ସହିତ କଥା କହିବା ଜାରି ରଖିଲେ । ● ସେଥିପାଇଁ "ସେଥିପାଇଁ" ଶବ୍ଦ ପୂର୍ବରେ ଯାହା ବିଶ୍ଵାସୀମାନଙ୍କୁ କୁହାଯାଇଥିଲା ତାହା ପ୍ରତି ସେମାନଙ୍କର ଉତ୍ତରକୁ ଆରମ୍ଭ କରେ । ● ଆପଣା ଆପଣା ନିମନ୍ତେ ତୁମ୍ଭର ଆହ୍ୱାନ ଏବଂ ମନୋନୟନକୁ ସ୍ଥିର କର "ଆହ୍ୱାନ" ସମସ୍ତ ଲୋକମାନଙ୍କୁ ଇଶ୍ଵରଙ୍କ ଦ୍ଵାରା ଦିଆଯାଇଥିବା ପରିତ୍ରାଣର ସାଧାରଣ ନିମନ୍ତ୍ରଣକୁ ଏହା ଦର୍ଶାଏ । "ମନୋନୟନ" ସ୍ଵତନ୍ତ୍ର ଲୋକମାନଙ୍କୁ ଦର୍ଶାଏ ଯେଉଁମାନଙ୍କୁ ଇଶ୍ଵର ମନୋନୀତ କରିଅଛନ୍ତି । ଏହି ଦୁଇ ଶବ୍ଦର ଅର୍ଥ ଏକାପରି ଅଟେ । (ଦେଖନ୍ତୁ: ଦୁଇଅଂଶ ଯୁକ୍ତ) ● ତୁମ୍ଭେମାନେ ଝୁଣ୍ଟି ପଡିବ ନାହିଁ ତୁମ୍ଭେମାନେ ନୈତିକତାରେ କିମ୍ବା ଆତ୍ମିକତାରେ ଅସଫଳ ହେବ ନାହିଁ ।