22 lines
3.1 KiB
Markdown
22 lines
3.1 KiB
Markdown
# ପ୍ରାଚୀନ
|
|
ଏହା ଯୋହନଙ୍କୁ ଦର୍ଶାଏ, ଜଣେ ପ୍ରେରିତ ଓ ଯୀଶୁଙ୍କ ଶିଷ୍ୟ| ସେ ଆପଣାକୁ “ପ୍ରାଚୀନ” ଭାବେ ଦର୍ଶାଉଛନ୍ତି ହୁଏତ ତାହାଙ୍କ ବୃଦ୍ଧାବସ୍ଥା କାରଣରୁ ବା ମଣ୍ଡଳୀରେ ସେ ଜଣେ ନେତା ଥିବା କାରଣରୁ| ଲେଖକଙ୍କ ନାମ ସ୍ପଷ୍ଟ କରାଯାଇପାରେ: “ମୁଁ, ଯୋହନ ପ୍ରାଚୀନ, ଲେଖୁଅଛି|” (ଦେଖନ୍ତୁ: ସ୍ପଷ୍ଟ ଏବଂ
|
|
ଅବ୍ୟକ୍ତ ସୂଚ଼ନା)
|
|
|
|
# ଯେଉଁ ସତ୍ୟ ଆମ୍ଭମାନଙ୍କ ଅନ୍ତରରେ ରହିଅଛି ଓ ଚିରକାଳ ଆମ୍ଭମାନଙ୍କ ସହିତ ରହିବ, ସେହି ସତ୍ୟ ସକାଶେ
|
|
ଏହା ଅନୁବାଦ କରାଯାଇପାରେ “କାରଣ ଆମ୍ଭେମାନେ ଏହି ସତ୍ୟକୁ ନିରନ୍ତର ବିଶ୍ୱାସ କରୁ ଓ ଚିରକାଳ କରିବୁ|”
|
|
|
|
# ପ୍ରାଚୀନ ଯେ ମୁଁ, ମୁଁ ମନୋନୀତା ମହିଳା ଓ ତାହାଙ୍କ ସନ୍ତାନମାନଙ୍କୁ
|
|
ଏହା ଗ୍ରୀକ୍ରେ ଅକ୍ଷରଗୁଡ଼ିକ କିପରି ଆରମ୍ଭ କରାଯାଇଛି| ଏହା ଅନୁବାଦ କରାଯାଇପାରେ “ମୁଁ, ପ୍ରାଚୀନ ଯୋହନ ଏହି ପତ୍ର ସମସ୍ତ ବିଶ୍ୱାସୀଙ୍କୁ ଲେଖୁଅଛି|”
|
|
|
|
# ସମସ୍ତ ଲୋକ
|
|
ଏହା ସମସ୍ତ ସହ ବିଶ୍ୱାସୀଙ୍କୁ ଦର୍ଶାଉଥିବା ଏକ ସର୍ବନାମ ଅଟେ|
|
|
|
|
# ସେମାନଙ୍କୁ ମୁଁ ସତ୍ୟ ରୂପେ ପ୍ରେମ କରେ
|
|
ଏହା ଅନୁବାଦ କରାଯାଇପାରେ “ସେମାନଙ୍କୁ ମୁଁ ଆନ୍ତରିକ ଭାବେ ପ୍ରେମ କରେ“
|
|
|
|
# ଯେଉଁ ସତ୍ୟ ଆମ୍ଭମାନଙ୍କ ଅନ୍ତରରେ ରହିଅଛି, ସେହି ସତ୍ୟ ସକାଶେ
|
|
ଏହାର ପୂର୍ଣ୍ଣ ଅର୍ଥ ସ୍ପଷ୍ଟ କରାଯାଇପାରେ: “କାରଣ ଯୀଶୁଙ୍କ ସମାଚ଼ାର ବିଷୟକ ସତ୍ୟ ଆମ୍ଭମାନଙ୍କ ଅନ୍ତରରେ ରହିଅଛି ଯେଉଁ ସମୟଠାରୁ ଆମ୍ଭେମାନେ ଏହା ବିଶ୍ୱାସ କରିଅଛୁ, ଏବଂ ଚିରକାଳ ଆମ୍ଭମାନଙ୍କ ଅନ୍ତରରେ ରହିବ|”
|
|
|
|
# ସତ୍ୟ ଓ ପ୍ରେମରେ
|
|
ଏହା ଅନୁବାଦ କରାଯାଇପାରେ “କାରଣ ସେମାନେ ସତ୍ୟ ଅଟନ୍ତି ଓ ସେମାନେ ଆମ୍ଭମାନଙ୍କୁ ପ୍ରେମ କରନ୍ତି|”
|
|
ବିକଳ୍ପ ଅନୁବାଦ: “କାରଣ ସେମାନେ ଆମ୍ଭମାନଙ୍କୁ ଅନ୍ତର ସହିତ ପ୍ରେମ କରନ୍ତି|” (ଦେଖନ୍ତୁ: ହେଣ୍ଡିଆଡିସ୍) |