Door43-Catalog_or_tn/2CO/04/16.md

3.3 KiB

ପାଉଲ ଓ ତିମଥି ଆପଣାର କଷ୍ଟମୟ ପରିସ୍ଥିତି ବିଷୟରେ ଲିଖିବାକୁ ଜାରି ରଖନ୍ତି|

କିନ୍ତୁ ଆମ୍ଭେମାନେ ନିରୁତ୍ସାହ ହେଉ ନାହୁଁ

ଏଠି: “କିନ୍ତୁ ଆମ୍ଭେମାନେ ଉତ୍ସାହିତ ହେଉଅଛୁ” (ଦେଖନ୍ତୁ: ଲିଟୋଟସ୍)

ବାହ୍ୟିକ ପୁରୁଷ କ୍ଷୟ ପାଇଲେ ସୁଦ୍ଧା

ଏହି ବାକ୍ୟାଂଶରେ ପାଉଲ ଓ ତିମଥୀଙ୍କ ଆପଣା ଶରୀରର ବାହ୍ୟରୂପକୁ ଦର୍ଶାଉଛନ୍ତି| “କ୍ଷୟ ପାଇଲେ” ଦର୍ଶାଏ ଯେ କେହି ଜଣେ ଯାହାର ସୁସ୍ଥ ବାହ୍ୟ ରୂପ କ୍ଷୟ ପାଇଛି|

ଆନ୍ତରିକ ପୁରୁଷ ଦିନକୁ ଦିନ ନୂତନୀକୃତ ହେଉଅଛି

ଏହି ଶବ୍ଦ “ଆନ୍ତରିକ ପୁରୁଷ” ମନୁଷ୍ୟର ଅନ୍ତରକୁ ଦର୍ଶାଏ ଯେଉଁଠାରେ ସେମାନେ ଚିନ୍ତା କରନ୍ତି| ଏହି ଶବ୍ଦ “ନୂତନୀକୃତ” ଦର୍ଶାଏ ଯେ ,ସେମାନଙ୍କ ଚିନ୍ତାଧାରା ପୂନର୍ବାର ସାକାରାତ୍ମକ ହୁଏ|

ଅତ୍ୟଧିକ ବାହୁଲ୍ୟ ରୂପେ ଅନନ୍ତକାଳସ୍ଥାୟୀ ମହା ଗୌରବ ସାଧନ କରୁଅଛି

ପାଉଲ ଓ ତିମଥୀଙ୍କ ଗୌରବ ଏକ ଓଜନଦାର ଭାରକୁ ଦର୍ଶାଏ ଯାହା ମପାଯାଇ ନ ପାରେ| ଏହା ଅନ୍ୟ ପ୍ରକାରେ କୁହାଯାଏ ଯେ, ସେମାନେ ଯାହା କରିଛନ୍ତି ସେଥିପାଇଁ ସେମାନେ ସମ୍ମାନୀୟ ଅଟନ୍ତି|  ଏଠି: “ସ୍ୱର୍ଗରେ ସଦାକାଳ ନିମନ୍ତେ ଅତି ସମ୍ମାନୀୟ ହେବା ନିମନ୍ତେ” (ଦେଖନ୍ତୁ: ରୂଢ଼୍ୟୋକ୍ତି)

ଲକ୍ଷ୍ୟ କରୁଅଛୁ

ଏହି ବାକ୍ୟାଂଶ ଏକ ବ୍ୟକ୍ତିକୁ ଦର୍ଶାଏ ଯିଏ କିଛି ବିଷୟ ଚାହୁଁଛି ଓ ଆଶା କରୁଛି ଘଟିବା ନିମନ୍ତେ| ଏଠି: “ଚାହୁଁଛି” (ଦେଖନ୍ତୁ: ରୂଢ଼୍ୟୋକ୍ତି)

ଦୃଶ୍ୟ ବିଷୟ ପ୍ରତି

ଜୀବନକାଳ ମଧ୍ୟରେ ପ୍ରାପ୍ତ ଅଧିକୃତ ସମ୍ପତ୍ତିକୁ ଏହା ଦର୍ଶାଏ| ଏଠି: “ଅଧିକୃତ” (ଦେଖନ୍ତୁ: ରୂଢ଼୍ୟୋକ୍ତି)

ଯାହା ଅଦୃଶ୍ୟ ସେହି ବିଷୟ ନିମନ୍ତେ

ଏହା ସ୍ୱର୍ଗରେ ପୁରସ୍କାରଗୁଡ଼ିକକୁ ଦର୍ଶାଏ| ଏଠି: “ସ୍ୱର୍ଗରେ ଅତି ବଡ଼ ପୁରସ୍କାର” (ଦେଖନ୍ତୁ: ରୂଢ଼୍ୟୋକ୍ତି) ଏହା ପୂର୍ବ ବାକ୍ୟାଂଶରୁ ବୁଝିପାରିବା ଯେ, ଏହି ବିଷୟ ଯାହା ପାଉଲ ଓ ତିମଥୀ ଦେଖୁଅଛନ୍ତି| (ଦେଖନ୍ତୁ: ଶବ୍ଦର ବିଲୋପ)