Door43-Catalog_or_tn/2CO/04/07.md

2.8 KiB

ଏହି ଧନ

ଲେଖକ ଏହା ଦର୍ଶାଉଛନ୍ତି ଯେ “ଯୀଶୁ ଖ୍ରୀଷ୍ଟଙ୍କ ମୁଖରେ ଈଶ୍ଵରଙ୍କ ଗୌରବମୟ ଜ୍ଞାନ”| (ଦେଖନ୍ତୁ: ଉଦାହରଣ)

ମୃତ୍ତିକା ପାତ୍ର

ଲେଖକ ଏହି ବାକ୍ୟାଂଶ, ମାନବୀୟ ଶରୀରକୁ ଦର୍ଶାଇବା ନିମନ୍ତେ ବ୍ୟବହାର କରୁଛନ୍ତି| (ଦେଖନ୍ତୁ: ରୂଢ଼୍ୟୋକ୍ତି)

ଆମ୍ଭେମାନେ ସର୍ବପ୍ରକାରେ କ୍ଲେଶଭୋଗ କରୁଅଛୁ, ତଥାପି ଅବରୁଦ୍ଧ ନୋହୁଁ; ହତବୁଦ୍ଧି ହେଉଅଛୁ, ତଥାପି ନିରାଶ ନହୁଁ; ତାଡ଼ନା ପ୍ରାପ୍ତ ହେଉଅଛୁ, ତଥାପି ପରିତ୍ୟକ୍ତ ନୋହୁଁ; ଅଧଃପତିତ ହେଉଅଛୁ, ତଥାପି ବିନଷ୍ଟ ନହୁଁ

ଏହି ସମସ୍ତ ବାକ୍ୟାଂଶ ଏକ ବ୍ୟକ୍ତିକୁ ଦର୍ଶାଏ ଯିଏ ପ୍ରତିବାଦ ସହିତ ସଂଘର୍ଷ କରୁଅଛି କିନ୍ତୁ ତାହା ଦ୍ଵାରା ପରାଜୟ ହେଉ ନାହିଁ| (ଦେଖନ୍ତୁ: ସମାନ୍ତରତ)

ଆମ୍ଭେମାନେ ସର୍ବଦା ଯୀଶୁଙ୍କ ମୃତ୍ୟୁଭୋଗ ଆମ୍ଭମାନଙ୍କ ଶରୀରରେ ଅନୁଭବ କରୁଅଛୁ

ଏହି ବାକ୍ୟାଂଶ “ଯୀଶୁଙ୍କ ମୃତ୍ୟୁଭୋଗ” ଆମ୍ଭମାନଙ୍କ ଜ୍ଞାନକୁ ଦର୍ଶାଏ ଯାହା ଯୀଶୁ ମୃତ୍ୟୁଭୋଗ କଲେ ଯେପରି ଲୋକେ ସେମାନଙ୍କ ସମସ୍ତ ପାପରୁ କ୍ଷମା ପାଇ ପାରନ୍ତି| ଏଠି: “ଆମ୍ଭେମାନେ ସର୍ବଦା ଯୀଶୁଙ୍କ ମୃତ୍ୟୁଭୋଗ ବିଷୟକ ଜ୍ଞାନକୁ ଆମ୍ଭମାନଙ୍କ ଶରୀରରେ ବହନ କରୁଅଛୁ ” (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚ଼ନା)

ଯେପରି ଯୀଶୁଙ୍କ ଜୀବନ ମଧ୍ୟ ଆମ୍ଭମାନଙ୍କ ଶରୀରରେ ପ୍ରକାଶିତ ହୁଏ

ଏହି ବାକ୍ୟାଂଶ “ଆମ୍ଭମାନଙ୍କ ଶରୀରରେ”ଯେଉଁପ୍ରକାରେ ଖ୍ରୀଷ୍ଟଙ୍କ ଠାରେ ଏକ ବିଶ୍ଵାସୀ ଆପଣା ଜୀବନ ଯାପନକୁ ଦର୍ଶାଏ| ଏଠି: “ଯୀଶୁଙ୍କ ଜୀବନ ମଧ୍ୟ ଆମ୍ଭମାନଙ୍କ ଜୀବନରେ ପ୍ରକାଶ ହୋଇ ପାରିବ” (ଦେଖନ୍ତୁ: ଉପଲକ୍ଷଣ)