Door43-Catalog_or_tn/2CO/04/01.md

2.7 KiB
Raw Permalink Blame History

ଆମ୍ଭେମାନେ

ଏହି ଶବ୍ଦ “ଆମ୍ଭେମାନେ”ର ସମ୍ଭାବନା ଅର୍ଥ ଗୁଡ଼ିକ ହେଲା ୧) ପାଉଲ ଓ ତାହାଙ୍କ ସେବାକାର୍ଯ୍ୟ ଦଳ କିମ୍ବା ) ପାଉଲ ଓ ଅନ୍ୟ ସମସ୍ତ ପ୍ରେରିତ କିମ୍ବା ୩) ପାଉଲ ଓ କରିନ୍ଥୀୟ ସମସ୍ତ ବିଶ୍ୱାସୀ|

ଆମ୍ଭେମାନେ ଏହି ସେବକପଦ ପାଇଅଛୁ…ଆମ୍ଭେମାନେ ଅନୁଗ୍ରହ ପ୍ରାପ୍ତ ହୋଇ

ଉଭୟ ଏହି ବାକ୍ୟାଂଶଗୁଡ଼ିକ ଦର୍ଶାଏ ଯେ, କିପରି ଈଶ୍ୱରଙ୍କ ଆମ୍ଭମାନଙ୍କୁ ସେବାକାର୍ଯ୍ୟ ଦିଅନ୍ତି ଆଉ ତାହାଙ୍କ ସଦୃଶ ହେବା ନିମନ୍ତେ ଆମ୍ଭମାନଙ୍କୁ ପରିବର୍ତ୍ତନ କରିବା ଦ୍ୱାରା ଆମ୍ଭମାନଙ୍କ ପ୍ରତି ଦୟା ପ୍ରକାଶ କରନ୍ତି| (ଦେଖନ୍ତୁ: ସମାନ୍ତରତା)

ଆମ୍ଭେମାନେ ପରିତ୍ୟାଗ କରିଅଛୁ

“ଆମ୍ଭେମାନେ କ୍ଷାନ୍ତ ହୋଇଅଛୁ”

ଲଜ୍ଜାଜନକ ଓ ଗୁପ୍ତ

ଏହି ଦୁଇ ଶବ୍ଦଗୁଡ଼ିକ ଏକ ଚିନ୍ତାଧାରାକୁ ବ୍ୟକ୍ତ କରେ| ଏଠି: “ଲଜ୍ଜାଜନକ ଗୁପ୍ତ ବିଷୟ” (ଦେଖନ୍ତୁ: ହେଣ୍ଡିଆଡିସ୍)

ଧୁର୍ତ୍ତତାରେ ଆଚ଼ରଣ କରିବା

“ପ୍ରତାରଣାରେ ଆଚ଼ରଣ କରିବା”

ଆମ୍ଭେମାନେ ଈଶ୍ଵରଙ୍କ ବାକ୍ୟ ଛଳରେ ବ୍ୟବହାର କରୁ ନାହୁଁ

ଏହି ବାକ୍ୟାଂଶ ଏକ ସାକାରାତ୍ମକ ଚିନ୍ତାଧାରାକୁ ବ୍ୟକ୍ତ କରିବା ନିମନ୍ତେ ଦୁଇ ନାକାରାତ୍ମକ ଚିନ୍ତାଧାରାକୁ ବ୍ୟବହାର କରାଯାଇଛି| ଏଠି: “ଆମ୍ଭେମାନେ ଈଶ୍ଵରଙ୍କ ବାକ୍ୟକୁ ସଠିକ ଭାବରେ ବ୍ୟବହାର କରୁ” (ଦେଖନ୍ତୁ: ଲିଟୋଟସ୍)

ଈଶ୍ଵରଙ୍କ ସାକ୍ଷାତରେ

ଈଶ୍ୱରଙ୍କ ବୁଝିବା ଶକ୍ତି ଲେଖକଙ୍କ ସତ୍ୟତାପୂର୍ଣ୍ଣକୁ ଦର୍ଶାଏ ଯେପରି ଈଶ୍ୱର ସେମାନଙ୍କୁ ଦେଖିବାକୁ ସକ୍ଷମ ହୁଅନ୍ତି| (ଦେଖନ୍ତୁ: ରୂଢ଼୍ୟୋକ୍ତି)