Door43-Catalog_or_tn/2CO/03/04.md

2.2 KiB

ପାଉଲ ଓ ତିମଥି କରିନ୍ଥୀୟ ମଣ୍ଡଳୀର ଲୋକମାନଙ୍କୁ ଆପଣା ପତ୍ର ଲିଖିବାକୁ ଜାରି ରଖନ୍ତି|

ଏହି ପ୍ରକାର ବିଶ୍ଵାସ ଅଛି

ଏହି ଶବ୍ଦ “ଏହି” ପାଉଲ ଓ ତିମଥିଙ୍କ ସଚ଼େତନତାକୁ ଦର୍ଶାଏ ଯେ କିପରି ଖ୍ରୀଷ୍ଟଙ୍କ ଜ୍ଞାନ କରିନ୍ଥୀସ୍ଥ ମଣ୍ଡଳୀର ଲୋକମାନଙ୍କ ଜୀବନକୁ ପରିବର୍ତ୍ତନ କରିଛି|

ଆମ୍ଭେମାନେ ଯେ ନିଜେ ସମର୍ଥ

“ଆମ୍ଭେମାନେ ଯେ ନିଜେ ଯୋଗ୍ୟ”

ଆମ୍ଭମାନଙ୍କ ସାମର୍ଥ୍ୟ

“ଆମ୍ଭମାନଙ୍କ ଯୋଗ୍ୟତା”

ଅକ୍ଷରର ନୁହେଁ ମାତ୍ର ଆତ୍ମାଙ୍କର

ପାଉଲ ଏହି ଶବ୍ଦ “ଅକ୍ଷର” ବ୍ୟବହାର କରନ୍ତି ପୁରାତନ ନିୟମର ବ୍ୟବସ୍ଥାକୁ ଦର୍ଶାଇବା ନିମନ୍ତେ, କାରଣ ଶବ୍ଦଗୁଡ଼ିକ ଅକ୍ଷରଗୁଡ଼ିକରୁ ନିର୍ମିତ| ଏହି ବାକ୍ୟାଂଶ “ବ୍ୟବସ୍ଥାର ଅକ୍ଷର” ଏହାର ଅର୍ଥ ପୁରାତନ ନିୟମର ବ୍ୟବସ୍ଥାର ପ୍ରତ୍ୟେକ ଅଂଶ| ଏଠି: “ବ୍ୟବସ୍ଥାକୁ ପାଳନ କରିବା ଦ୍ଵାରା ନୁହେଁ କିନ୍ତୁ ପବିତ୍ର ଆତ୍ମାଙ୍କ ଦାନ ରୂପେ” (ଦେଖନ୍ତୁ: ଉପଲକ୍ଷ ଅଳଙ୍କାର)

ଅକ୍ଷର ମୃତ୍ୟୁଦାୟକ

ଏହି ବାକ୍ୟାଂଶର ଅର୍ଥ ପୁରାତନ ନିୟମର ବ୍ୟବସ୍ଥାକୁ ସମ୍ପୂର୍ଣ୍ଣଭାବେ ପାଳନ କରିବାକୁ ଚେଷ୍ଟା କରି ବିଫଳ ହେଲେ ତାହା ଆତ୍ମିକ ମୃତ୍ୟୁ ଆଡ଼କୁ ଘେନିଯିବ| (ଦେଖନ୍ତୁ: ବ୍ୟକ୍ତିତ୍ଵଆରୋପ)