Door43-Catalog_or_tn/2CO/03/01.md

3.5 KiB

ଆମ୍ଭେମାନେ କି ପୁନର୍ବାର ଆତ୍ମପ୍ରଶଂସା କରିବାକୁ ଆରମ୍ଭ କରିଅଛୁ?

ସେମାନେ ଆପଣାମାନଙ୍କୁ ଆହୁରି ଅଧିକ ଉତ୍ତମ ଆତ୍ମପ୍ରଶଂସକ ହେବା ନିମନ୍ତେ ଚେଷ୍ଟା କରୁ ନାହାନ୍ତି ବୋଲି ଜଣାଇବାକୁ ପାଉଲ ଏହା କହନ୍ତି| (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

କାହା କାହା ପରି କଅଣ ତୁମ୍ଭମାନଙ୍କ ନିକଟକୁ ବା ତୁମ୍ଭମାନଙ୍କ ନିକଟରୁ ଆମ୍ଭମାନଙ୍କର ପ୍ରଶଂସାପତ୍ର ଆବଶ୍ୟକ?

ପାଉଲ ଏହା ଜଣାଇବାକୁ କହନ୍ତି ଯେ, କରିନ୍ଥୀୟମାନେ ପାଉଲ ଓ ତିମଥିଙ୍କ ଭଲ ପ୍ରତିଷ୍ଠା କାମ ଓ କ୍ଷାତି ପୂର୍ବରୁ ଜାଣନ୍ତି| (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ପ୍ରଶଂସାପତ୍ର

କରିନ୍ଥୀସ୍ଥ ମଣ୍ଡଳୀର ଲୋକମାନଙ୍କ ନିମନ୍ତେ ପାଉଲ ଓ ତିମଥିଙ୍କ ପ୍ରେମ ଏକ ପ୍ରସଂଶାପତ୍ର ସହିତ ତୁଳନା କରାଯାଏ ଯାହା ପାଉଲ ଓ ତିମଥି ଏହି ମଣ୍ଡଳୀକୁ ଭରୋସାଯୋଗ୍ୟ ବୋଲି କହୁଚନ୍ତି | (ଦେଖନ୍ତୁ: ଉଦାହରଣ)

ତୁମ୍ଭେମାନେ ଯେ ଆମ୍ଭମାନଙ୍କ ସେବାରେ ଲିଖିତ ଖ୍ରୀଷ୍ଟଙ୍କ ପତ୍ର ସ୍ଵରୂପ, ..ଜୀବନ୍ତ ଈଶ୍ଵରଙ୍କ ଆତ୍ମାଙ୍କ ଦ୍ଵାରା ଲିଖିତ ମାଂସମୟ ହୃଦୟରୂପ ଫଳକରେ ପାଉଲ କହନ୍ତି ଯେ, କରିନ୍ଥୀସ୍ଥ ମଣ୍ଡଳୀର ଲୋକମାନେ ଏକ ପତ୍ର ସଦୃଶ ଅଟନ୍ତି ଯାହା ସେମାନଙ୍କ ଉଦାହରଣ ବିଷୟରେ କହେ ଓ କିପରି ଖ୍ରୀଷ୍ଟ ବିଷୟକ ସୁସମାଚାର, ଯାହା ପାଉଲ ଓ ତିମଥି ସେମାନଙ୍କୁ ପ୍ରଚାର କରିଥିଲେ, ତାହା ଯେକୌଣସି ପ୍ରକାର ଲୋକଙ୍କୁ ପରିବର୍ତ୍ତନ କରିବା ନିମନ୍ତେ ପବିତ୍ର ଆତ୍ମାଙ୍କ ଦ୍ଵାରା ଶକ୍ତିଯୁକ୍ତ ଅଟେ| (ଦେଖନ୍ତୁ: ଉଦାହରଣ)

ପ୍ରସ୍ତର ଫଳକରେ ନୁହେଁ, ମାତ୍ର ମାଂସମୟ ହୃଦୟରୂପ ଫଳକରେ

ଏହି ଶବ୍ଦ “ପ୍ରସ୍ତର” କିଛି ବିଷୟକୁ ଦର୍ଶାଏ ଯାହା ଅପରିବର୍ତ୍ତନୀୟ ଅଟେ| ଏହି ବାକ୍ୟାଂଶ “ମାଂସମୟ ହୃଦୟ” ବ୍ୟବହାର କରାଯାଇଛି କାରଣ ତାହା କୋମଳ ଅଟେ ଓ ପରିବର୍ତ୍ତନ ନିମନ୍ତେ ବ୍ୟକ୍ତିର ଯୋଗ୍ୟତାକୁ ଦର୍ଶାଏ| (ଦେଖନ୍ତୁ: ରୂଢ଼୍ୟୋକ୍ତି)

ଫଳକ

ଏଗୁଡ଼ିକ ପ୍ରସ୍ତର କିମ୍ବା ମୃତ୍ତିକାର ଏକ ସମତଳ ଖଣ୍ଡ ଯାହା ଲେଖିବା ନିମନ୍ତେ ବ୍ୟବହାର କରୁଥିଲେ|