Door43-Catalog_or_tn/1JN/05/06.md

2.4 KiB

ସେହି ଯୀଶୁ ଖ୍ରୀଷ୍ଟ ଜଳ ଓ ରକ୍ତ ଦେଇ ଆସିଥିଲେ

“ଯୀଶୁ ଖ୍ରୀଷ୍ଟ, ଯେ ଜଳ ଓ ରକ୍ତ ଦେଇ ଆସିଥିଲେ|”ଏଠାରେ “ଜଳ” ଯୀଶୁଙ୍କ ବାପ୍ତିସ୍ମକୁ ଦର୍ଶାଏ| ମଧ୍ୟ “ରକ୍ତ” କୃଶ ଉପରେ ଯୀଶୁଙ୍କ ମୃତ୍ୟୁକୁ ଦର୍ଶାଏ| ବିକଳ୍ପ ଅନୁବାଦ : “ଯୀଶୁଙ୍କ ବାପ୍ତିସ୍ମ ଓ କୃଶ ଉପରେ ତାହାଙ୍କ ମୃତ୍ୟୁ ସମୟରେ ଈଶ୍ଵର ଦେଖାଇଲେ ଯେ, ଯୀଶୁ ଖ୍ରୀଷ୍ଟ ତାହାଙ୍କ ପୁତ୍ର ଅଟନ୍ତି|” (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

କେବଳ ଜଳ ଦେଇ ନୁହେଁ, କିନ୍ତୁ ଜଳ ଓ ରକ୍ତ ଉଭୟ ଦେଇ ଆସିଥିଲେ

ଏହା ଏକ ନୂତନ ବାକ୍ୟରେ ଏହିପରି ଅନୁବାଦ କରାଯାଇପାରେ: “ସେ କେବଳ ଜଳ ଦେଇ ଆସି ନ ଥିଲେ, କିନ୍ତୁ ଜଳ ଓ ରକ୍ତ ଉଭୟ ଦେଇ ଆସିଥିଲେ|” ବିକଳ୍ପ ଅନୁବାଦ: “ଈଶ୍ୱର କେବଳ ଯୀଶୁଙ୍କ ବାପ୍ତିସ୍ମ ଦ୍ୱାରା ନୁହେଁ, କିନ୍ତୁ ତାହାଙ୍କ ବାପ୍ତିସ୍ମ ଓ କୃଶ ଉପରେ ତାହାଙ୍କ ମୃତ୍ୟୁ ଉଭୟ ଦ୍ୱାରା ଏହା ଆମ୍ଭମାନଙ୍କୁ ଜଣାନ୍ତି ଯେ, ଯୀଶୁ ତାହାଙ୍କ ପୁତ୍ର ଅଟନ୍ତି|”

ତେଣୁ ତିନି ଏଥିର ସାକ୍ଷ୍ୟ ଦିଅନ୍ତି

“ତେଣୁ ତିନି ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦିଅନ୍ତି”

ଆତ୍ମା, ଜଳ ଓ ରକ୍ତ

ଏଠାରେ, “ଜଳ” ଏବଂ “ରକ୍ତ” ଏକ ବ୍ୟକ୍ତି ରୂପେ ବର୍ଣ୍ଣନା କରାଯାଏ ଯିଏ ବିଚ଼ାରାଳୟରେ ଠିଆ ହୁଏ ଏବଂ ଯାହା ଦେଖେ ଓ ଶୁଣେ ତାହା ଲୋକଙ୍କୁ କହେ| (ଦେଖନ୍ତୁ: ବ୍ୟକ୍ତିତ୍ଵଆରୋପ)

ପୁଣି ତିନିର ସାକ୍ଷ୍ୟ ଏକ

“ପୁଣି ତିନି ପରସ୍ପର ସହିତ ଏକମତ ଅଟନ୍ତି”