Door43-Catalog_or_tn/1JN/05/01.md

2.3 KiB

ଈଶ୍ୱରଙ୍କଠାରୁ ଜାତ

“ ଈଶ୍ୱରଙ୍କ ସନ୍ତାନ ଅଟେ”

ଯେକେହି ପିତା ହୋଇଅଛନ୍ତି

“ପିତା” ବିକଳ୍ପ ଅନୁବାଦ: “ଯେଉଁମାନେ ଆମ୍ଭମାନଙ୍କ କାରଣରୁ ତାହାଙ୍କ ସନ୍ତାନ ହୋଇଅଛନ୍ତି”

ତାହାଙ୍କଠାରୁ ଜାତ ହୋଇଥିବା ଲୋକଙ୍କୁ ମଧ୍ୟ ପ୍ରେମ କରେ

“ତାହାଙ୍କ ସନ୍ତାନକୁ ମଧ୍ୟ ପ୍ରେମ କରେ|” ବିକଳ୍ପ ଅନୁବାଦ: “ତାହାଙ୍କ ସନ୍ତାନମାନଙ୍କୁ ମଧ୍ୟ ପ୍ରେମ କରେ|”

ଆମ୍ଭେମାନେ ଯେତେବେଳେ ଈଶ୍ୱରଙ୍କୁ ପ୍ରେମ କରୁ ଓ ତାହାଙ୍କ ଆଜ୍ଞା ପାଳନ କରୁ, ସେତେବେଳେ ତଦ୍ୱାରା ଜାଣି ପାରୁ ଯେ ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନମାନଙ୍କୁ ପ୍ରେମ କରୁଅଛୁ|

“ଯେତେବେଳେ ଆମ୍ଭେମାନେ ଈଶ୍ୱରଙ୍କୁ ପ୍ରେମ କରୁ ଓ ଯାହା ସେ ଆଜ୍ଞା ଦେଇଅଛନ୍ତି ତାହା ପାଳନ କରୁ, ସେତେବେଳେ ଆମ୍ଭେମାନେ ଜାଣୁ ଯେ ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନମାନଙ୍କୁ ପ୍ରେମ କରୁଅଛୁ”

କାରଣ ଈଶ୍ୱରଙ୍କୁ ପ୍ରେମ କରିବାର ଅର୍ଥ, ତାହାଙ୍କ ଆଜ୍ଞା ପାଳନ କରିବା

“କାରଣ ଯାହା ସେ ଆଜ୍ଞା ଦେଇଅଛନ୍ତି ଯେତେବେଳେ ଆମ୍ଭେମାନେ ପାଳନ କରୁ, ତାହା ଈଶ୍ୱରଙ୍କ ପ୍ରତି ସତ୍ୟ ପ୍ରେମ ଅଟେ”

ଆଉ ତାହାଙ୍କ ଆଜ୍ଞାସବୁ ଭାରସ୍ଵରୁପ ନୁହେଁ

“ଆଉ ଯାହା ସେ ଆଜ୍ଞା ଦେଇଅଛନ୍ତି ତାହା ଭାରସ୍ଵରୁପ ନୁହେଁ” କିମ୍ବା “ଆଉ ଯାହା ସେ ଆଜ୍ଞା ଦେଇଅଛନ୍ତି ତାହା ପାଳନ କରିବା କଷ୍ଟକର ନୁହେଁ”