Door43-Catalog_or_tn/1JN/04/01.md

2.1 KiB

ପ୍ରତ୍ୟେକ ଆତ୍ମାକୁ ବିଶ୍ୱାସ କର ନାହିଁ

୪:୧ ୩ ରେ ଏହି ଶବ୍ଦ “ଆତ୍ମା”ଏକ ଆତ୍ମିକ ଶକ୍ତି ବା ପ୍ରାଣୀକୁ ଦର୍ଶାଏ ଯିଏ ଏକ ବ୍ୟକ୍ତିକୁ ବାର୍ତ୍ତା ଦିଏ ବା ଭାବବାଣୀ କରେ| ଏହା ଏହିପରି ଅନୁବାଦ କରାଯାଇପାରେ “ପ୍ରତ୍ୟେକ ଭାବବାଦୀଙ୍କ ଉପରେ ଭରସା କର ନାହିଁ ଯେଉଁମାନେ ଆତ୍ମାଙ୍କ ଠାରୁ ବାର୍ତ୍ତା ଅଛି ବୋଲି ଦାବି କରନ୍ତି| ”

କିନ୍ତୁ ଆତ୍ମାମାନଙ୍କୁ ପରୀକ୍ଷା କରି ଦେଖ

ଏହା ଅନୁବାଦ କରାଯାଇପାରେ “କିନ୍ତୁ ଧ୍ୟାନରେ ଶୁଣିବା ନିମନ୍ତେ ସୁନିଶ୍ଚିତ ହୁଅ ଯେ ଭାବବାଦୀ କଅଣ କହନ୍ତି|”

ଦେହବନ୍ତ ହୋଇ ଆସିଅଛନ୍ତି

“ମାନବ ରୂପ ଧାରଣ କଲେ” କିମ୍ବା “ଭୌତିକ ଶରୀରରେ ଆସିଲେ”

ଏହା ଖ୍ରୀଷ୍ଟାରିର ଆତ୍ମା ଅଟେ

ଏହା ଅନୁବାଦ କରାଯାଇପାରେ “ଯେଉଁ ଶିକ୍ଷକମାନେ ଖ୍ରୀଷ୍ଟଙ୍କ ବିରୋଧ କରନ୍ତି” (ୟୁଡିବି)

ଯାହାର ଆଗମନ ତୁମ୍ଭେମାନେ ଶୁଣିଅଛ

ଏହା ଅନୁବାଦ କରାଯାଇପାରେ “ତୁମ୍ଭେମାନେ ଶୁଣିଅଛ ଯେ, ଏପରିକି ଲୋକେ ଆମ୍ଭମାନଙ୍କ ମଧ୍ୟରୁ ଆସୁଅଛନ୍ତି|”

ପୁଣି ତାହା ଏବେ ହେଁ ଜଗତରେ ଉପସ୍ଥିତ ହୋଇଅଛି|

ଏହା ଅନୁବାଦ କରାଯାଇପାରେ “ବର୍ତ୍ତମାନ ସୁଦ୍ଧା ସେମାନେ ଏଠାରେ ବିଦ୍ୟମାନ!” (ୟୁଡିବି)