Door43-Catalog_or_tn/1JN/03/16.md

3.1 KiB
Raw Permalink Blame History

ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ଆପଣା ପ୍ରାଣ ଦାନ କଲେ

ଏହି ବକ୍ତବ୍ୟର ଅର୍ଥ “ଖ୍ରୀଷ୍ଟ ସ୍ୱଇଛାରେ ଆମ୍ଭମାନଙ୍କ ନିମନ୍ତେ ଆପଣା ଜୀବନ ଦେଲେ” କିମ୍ବା “ଖ୍ରୀଷ୍ଟ ସ୍ୱଇଛାରେ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ|” (ଦେଖନ୍ତୁ: ରୂଢ଼୍ୟୋକ୍ତି)

ଜଗତର ସମ୍ପତ୍ତି

ଏହା ଏହିପରି ଅନୁବାଦ କରାଯାଇପାରେ “ଭୌତିକ ସମ୍ପତ୍ତି ଯେପରି ଅର୍ଥ, ଖାଦ୍ୟ, ଓ ବସ୍ତ୍ର|”

ଆପଣା ଭାଇକୁ ଅଭାବଗ୍ରସ୍ତ ଦେଖେ

“ଏବଂ ଏକ ସହ ବିଶ୍ୱାସୀକୁ ସାହାଯ୍ୟର ଆବଶ୍ୟକ ଏହା ହୃଦୟଙ୍ଗମ କରେ”

ଆଉ ତାହା ପ୍ରତି ଆପଣା ଦୟା ରୁଦ୍ଧ କରେ

ଏହି ବକ୍ତବ୍ୟର ଅର୍ଥ “କିନ୍ତୁ ତାହା ପ୍ରତି ଦୟା ଦେଖାଏ ନାହିଁ” କିମ୍ବା “କିନ୍ତୁ ସ୍ୱେଛାରେ ତାହାକୁ ସାହାଯ୍ୟ କରେ ନାହିଁ|”

ତାହାଠାରେ ଈଶ୍ୱରଙ୍କ ପ୍ରେମ କିପରି ରହି ପାରେ?

ଯୋହନ ଆପଣ ଶ୍ରୋତାଗଣଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରନ୍ତି| ଏହା ଏକ ବକ୍ତବ୍ୟ ଭାବେ ଅନୁବାଦ କରାଯାଇପାରେ: “ଈଶ୍ୱରଙ୍କ ପ୍ରେମ ତାହାଠାରେ ନାହିଁ|” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ହେ ବତ୍ସଗଣ

ଦେଖନ୍ତୁ କିପରି ତୁମ୍ଭେ :୧ ରେ ଅନୁବାଦ କଲ|

ଆମ୍ଭେମାନେ ବାକ୍ୟରେ କି ଜିହ୍ଵାରେ ପ୍ରେମ ନ କରୁ

ଏହି ବାକ୍ୟାଂଶ “ବାକ୍ୟରେ” କିମ୍ବା “ଜିହ୍ଵାରେ” ସାଧାରଣତଃ ସମାନ ଅର୍ଥ ଅଟେ| ଏକ ବ୍ୟକ୍ତି କଅଣ କହେ ତାହା ଦର୍ଶାଏ| ଏହା ଏହିପରି ଅନୁବାଦ କରାଯାଇପାରେ “କେବଳ କୁହନ୍ତୁ ନାହିଁ ଯେ ତୁମ୍ଭେ ଲୋକଙ୍କୁ ପ୍ରେମ କର|” (ଦେଖନ୍ତୁ: ଯୁଗ୍ମ ଏବଂ ଲାକ୍ଷଣିକ ଶବ୍ଦ)

କିନ୍ତୁ କାର୍ଯ୍ୟରେ ଓ ସତ୍ୟରେ କରୁ

ଏହା ଏହିପରି ଅନୁବାଦ କରାଯାଇପାରେ “କିନ୍ତୁ ଲୋକମାନଙ୍କୁ ସାହାଯ୍ୟ କରିବା ଦ୍ୱାରା ଦର୍ଶାଅ ଯେ ତୁମ୍ଭେ ପ୍ରକୃତରେ ସେମାନଙ୍କୁ ପ୍ରେମ କର|”