Door43-Catalog_or_tn/1JN/03/13.md

3.4 KiB

ଆଶ୍ଚର୍ଯ୍ୟଜ୍ଞାନ କର ନାହିଁ

“ଆଶ୍ଚର୍ଯ୍ୟ ହୁଅ ନାହିଁ|”

ଭାଇମାନେ

“ସହ ବିଶ୍ଵାସୀମାନେ”

ଜଗତ ଯଦି ତୁମ୍ଭମାନଙ୍କୁ ଘୃଣା କରେ

ଏଠାରେ ଏହି ଶବ୍ଦ “ଜଗତ” ଯେଉଁ ଲୋକମାନେ ଈଶ୍ଵରଙ୍କୁ ସମ୍ମାନ ଦିଅନ୍ତି ନାହିଁ ସେମାନଙ୍କୁ ଦର୍ଶାଏ| ଏହା ଏହିପରି ଅନୁବାଦ କରାଯାଇପାରେ “ଯଦି ଯେଉଁମାନେ ଈଶ୍ଵରଙ୍କୁ ସମ୍ମାନ ଦିଅନ୍ତି ନାହିଁ ସେମାନେ, ତୁମ୍ଭମାନଙ୍କୁ ଘୃଣା କରନ୍ତି ଯେଉଁମାନେ ଈଶ୍ଵରଙ୍କୁ ସମ୍ମାନ ଦିଅନ୍ତି (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ଆମ୍ଭେମାନେ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଅଛୁ

“ଆମ୍ଭେମାନେ ଅଧିକ ସମୟ ଆତ୍ମିକ ଭାବେ ମୃତ ନୋହୁଁ କିନ୍ତୁ ଆତ୍ମିକ ଭାବେ ଜୀବିତ ଅଟୁ”

ମୃତ୍ୟୁର ଅଧିନରେ ଥାଏ

“ଏପର୍ଯ୍ୟନ୍ତ ଆତ୍ମିକ ଭାବେ ମୃତ୍ୟୁ ହେଉଛି”

ଯେକେହି ଆପଣା ଭାଇକୁ ଘୃଣା କରେ, ସେ ନରଘାତକ

ଏହା ଏକ ନରଘାତକ ସହିତ, ଯେଉଁ ବ୍ୟକ୍ତି ଅନ୍ୟ ବିଶ୍ୱାସୀକୁ ଘୃଣା କରେ ତାହାକୁ ତୁଳନା କରାଯାଇଛି| ଯେହେତୁ ଘୃଣା କରିବା ନରହତ୍ୟାର କାରଣ ଅଟେ, ଯେକେହି ଘୃଣା କରେ ଈଶ୍ୱର ତାହାକୁ ସେହିପରି ଦୋଷୀ ସାବ୍ୟସ୍ତ କରିବେ ଯେପରି କେହି ଜଣେ ଏକ ବ୍ୟକ୍ତିକୁ ହତ୍ୟା କରେ| ଏହା ଏହିପରି ଅନୁବାଦ କରାଯାଇପାରେ “ଯେକେହି ଘୃଣା କରେ ସେ ସେହିପରି ଦୋଷୀ ଅଟେ ଯେପରି କେହି ଜଣେ ଏକ ବ୍ୟକ୍ତିକୁ ହତ୍ୟା କରେ|” (ଦେଖନ୍ତୁ: ଉଦାହରଣ)

ତାହାଠାରେ ଅନନ୍ତଜୀବନ ବାସ କରୁଅଛି

“ଅନନ୍ତ ଜୀବନ” କିଛି ବିଷୟ ଅଟେ ଯାହା ଈଶ୍ୱର ଏକ ବିଶ୍ୱାସୀଙ୍କୁ ତାହାର ମୃତ୍ୟୁ ପରେ ଦିଅନ୍ତି , କିନ୍ତୁ ଏହା ଏକ ଶକ୍ତି ମଧ୍ୟ ଅଟେ ଯାହା ଈଶ୍ୱର ବିଶ୍ୱାସୀମାନଙ୍କୁ ଏହି ଜୀବନରେ ଦିଅନ୍ତି, ଯାହା ପାପ କରିବାରୁ କ୍ଷାନ୍ତ ହେବା ନିମନ୍ତେ ଏବଂ ତାହାଙ୍କ ଯାହା ସନ୍ତୋଷଜନକ ତାହା କରିବା ନିମନ୍ତେ ସେମାନଙ୍କୁ ସାହାଯ୍ୟ କରେ| ଏହା ଏହିପରି ଅନୁବାଦ କରାଯାଇପାରେ “ଆତ୍ମିକ ଜୀବନର ଶକ୍ତି ତାହାର ଅନ୍ତରରେ କାର୍ଯ୍ୟ କରୁଅଛି|”