Door43-Catalog_or_tn/1JN/03/07.md

2.1 KiB
Raw Permalink Blame History

ହେ ବତ୍ସଗଣ

ଦେଖନ୍ତୁ :୧ ରେ ତୁମ୍ଭେମାନେ କିପରି ଅନୁବାଦ କଲ|

କେହି ତୁମ୍ଭମାନଙ୍କୁ ଭ୍ରାନ୍ତ ନ କରୁ

ଏହା ଏହିପରି ଅନୁବାଦ କରାଯାଇପାରେ “କେହି ତୁମ୍ଭମାନଙ୍କୁ ମୂର୍ଖ ନ କରୁ” କିମ୍ବା “କେହି ତୁମ୍ଭମାନଙ୍କୁ ପ୍ରବଞ୍ଚନା ନ କରୁ” (ୟୁଡିବି)

ଯେ ଧର୍ମାଚରଣ କରେ, ଖ୍ରୀଷ୍ଟ ଯେପରି ଧାର୍ମିକ ଅଟନ୍ତି, ସେ ସେହିପରି ଧାର୍ମିକ ଅଟେ

ଏହା ଏହିପରି ଅନୁବାଦ କରାଯାଇପାରେ “ଯେକେହି ସତ୍ୟ କାର୍ଯ୍ୟ କରେ ସେ ଈଶ୍ୱରଙ୍କୁ ସନ୍ତୁଷ୍ଟ କରୁଅଛି ଯେପରି ଖ୍ରୀଷ୍ଟ ଈଶ୍ୱରଙ୍କୁ ସନ୍ତୁଷ୍ଟ କରୁଅଛନ୍ତି|”

ପାପ କରେ

“ବାରମ୍ବାର ଅବିରତ ପାପ କରେ” (ୟୁଡିବି)

ଶୟତାନରୁ ଜାତ

“ଶୟତାନର ଅଟେ” କିମ୍ବା “ଶୟତାନ ସଦୃଶ ଅଟେ” (ୟୁଡିବି)

ଆରମ୍ଭରୁ

ଏହା ମାନବର ପ୍ରଥମ ପାପ କରିବା ପୂର୍ବରୁ ସୃଷ୍ଟିର ବହୁ ପୂର୍ବର ସମୟକୁ ଦର୍ଶାଏ| ଏହା ଏହିପରି ଅନୁବାଦ କରାଯାଇପାରେ “ଯେହେତୁ ସୃଷ୍ଟିର ବହୁ ପୂର୍ବର ସମୟ| (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ଈଶ୍ଵରଙ୍କ ପୁତ୍ର ପ୍ରକାଶିତ ହେଲେ

ଏହା ଏକ ପ୍ରତ୍ୟକ୍ଷ ବାକ୍ୟାଂଶ ସହିତ ଅନୁବାଦ କରାଯାଇପାରେ: “ଈଶ୍ଵର ତାହାଙ୍କ ପୁତ୍ରଙ୍କୁ ପ୍ରକାଶ କଲେ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)