Door43-Catalog_or_tn/1JN/03/01.md

3.3 KiB

ଦେଖ, ପିତା ଆମ୍ଭମାନଙ୍କୁ କିପ୍ରକାର ପ୍ରେମ ଦାନ କରିଅଛନ୍ତି

“ଆମ୍ଭମାନଙ୍କ ପିତା ଆମ୍ଭମାନଙ୍କୁ କେତେ ପ୍ରେମ କରନ୍ତି ସେ ବିଷୟରେ ଚିନ୍ତା କର” (ୟୁଡିବି)

ଆମ୍ଭମାନଙ୍କୁ ଦାନ କରିଅଛନ୍ତି

“ଆମ୍ଭମାନଙ୍କୁ ଦେଇଅଛନ୍ତି” କିମ୍ବା “ଆମ୍ଭମାନଙ୍କୁ ଦେଖାଇଅଛନ୍ତି”

ଆମ୍ଭମାନଙ୍କୁ…ଆମ୍ଭେମାନେ

୩:୧ ୩ ରେ ଏହି ସର୍ବନାମ ଗୁଡ଼ିକ ଯୋହନ, ତାହାଙ୍କ ଶ୍ରୋତାଗଣ, ଏବଂ ସମସ୍ତ ବିଶ୍ୱାସୀଙ୍କୁ ଦର୍ଶାଏ|(ଦେଖନ୍ତୁ: ସୀମା ଅନ୍ତର୍ଗତ)

ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ ବୋଲି ଖ୍ୟାତ ହେବୁ

ଏହା ପ୍ରତ୍ୟକ୍ଷ କ୍ରିୟାରେ ଏହିପରି ଅନୁବାଦ କରାଯାଇପାରେ: “ପିତା ଆମ୍ଭମାନଙ୍କୁ ଆପଣା ସନ୍ତାନ ବୋଲି ଡାକିବା ଆବଶ୍ୟକ|” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ଜଗତ ଆମ୍ଭମାନଙ୍କୁ ଚିହ୍ନୁ ନାହିଁ, କାରଣ ତାହା ତାହାଙ୍କୁ ଚିହ୍ନି ନ ଥିଲା

ଏଠାରେ “ଜଗତ” ଯେଉଁ ଲୋକମାନେ ଈଶ୍ୱରଙ୍କୁ ସମ୍ମାନ ଦିଅନ୍ତି ନାହିଁ ସେମାନଙ୍କୁ ଦର୍ଶାଏ| ସଂସାର କଅଣ ଜାଣେ ନାହିଁ ଏହା ସ୍ପଷ୍ଟ କରାଯାଇପାରେ: “ଯେଉଁମାନେ ଈଶ୍ଵରଙ୍କୁ ସମ୍ମାନ ଦିଅନ୍ତି ନାହିଁ ସେମାନେ ଜାଣନ୍ତି ନାହିଁ ଯେ ଆମ୍ଭେମାନେ ଈଶ୍ୱରଙ୍କ ଅଟୁ, କାରଣ ସେମାନେ ଈଶ୍ୱରଙ୍କୁ ଜାଣିଲେ ନାହିଁ (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ ଏବଂ ସ୍ପଷ୍ଟ ଏବଂ ନିଃସନ୍ଦିଗ୍‍ଧ ସୂଚ଼ନା)

ଏହା ଏପର୍ଯ୍ୟନ୍ତ ପ୍ରକାଶିତ ହୋଇ ନାହିଁ

ଏହା ପ୍ରତ୍ୟକ୍ଷ କ୍ରିୟାରେ ଏହିପରି ଅନୁବାଦ କରାଯାଇପାରେ: “ ଈଶ୍ୱର ପ୍ରକାଶିତ ହୋଇ ନାହାନ୍ତି”

ଆଉ ଯେକେହି ତାହାଙ୍କଠାରେ ଏହି ଭରୋସା ସ୍ଥାପନ କରିଅଛି, ସେ ଯେପରି ପବିତ୍ର ଅଟନ୍ତି, ସେ ସେହିପରି ଆପଣାକୁ ପବିତ୍ର କରେ| ଏହା ଅନୁବାଦ କରାଯାଇପାରେ “ଯେକେହି ଏହି ଦୃଢ଼ ଭରସା ରଖିଅଛି ଯେ ଖ୍ରୀଷ୍ଟ ଯେପରି ଅଟନ୍ତି ସେହିପରି ଦେଖିବା ନିମନ୍ତେ, ତେବେ ସେ ଆପଣାକୁ ପବିତ୍ର କରେ କାରଣ ଖ୍ରୀଷ୍ଟ ପବିତ୍ର ଅଟନ୍ତି|”