Door43-Catalog_or_tn/1JN/02/24.md

4.0 KiB
Raw Permalink Blame History

ଯେପରି ତୁମ୍ଭମାନଙ୍କ ନିମନ୍ତେ

:୨୪ ୨୬ ରେ ଏହି ଶବ୍ଦ “ତୁମ୍ଭମାନଙ୍କ” ବହୁବଚନ ଅଟେ ଏବଂ ଯୋହନ ଯେଉଁ ଲୋକମାନଙ୍କୁ ଲେଖୁଛନ୍ତି ସେମାନଙ୍କୁ ଦର୍ଶାଏ| (ଦେଖନ୍ତୁ: ତୁମ୍ଭମାନଙ୍କ ର ପ୍ରକାର)

ତୁମ୍ଭେମାନେ ଆରମ୍ଭରୁ ଯାହା ଶୁଣିଅଛ, ତାହା ତୁମ୍ଭମାନଙ୍କଠାରେ ଥାଉ

“ସ୍ମରଣ କର ଓ ବିଶ୍ୱାସ କର ଯାହା ତୁମ୍ଭେମାନେ ଆରମ୍ଭରୁ ଶୁଣିଅଛ|” କିପରି ସେମାନେ ଶୁଣିଲେ, କଅଣ ସେମାନେ ଶୁଣିଲେ, ଏବଂ କଅଣ “ଆରମ୍ଭରୁ” ଅର୍ଥ ସ୍ପଷ୍ଟ କରିପାରିବା: “ଆମ୍ଭେମାନେ ତୁମ୍ଭମାନଙ୍କୁ ଯୀଶୁଙ୍କ ବିଷୟରେ ଯାହା ଶିକ୍ଷା ଦେଇଅଛୁ ତାହା ଅବିରତ ଭରୋସା କର ଯେପରି ତୁମ୍ଭେମାନେ ନୂତନରେ ବିଶ୍ୱାସୀ ହେବା ସମୟରେ ଭରୋସା କରିଅଛ|” (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚ଼ନା)

ତୁମ୍ଭେମାନେ ଆରମ୍ଭରୁ ଯାହା ଶୁଣିଅଛ

ଏହା ଏହିପରି ଅନୁବାଦ କରାଯାଇପାରେ “ଆମ୍ଭେମାନେ ତୁମ୍ଭମାନଙ୍କୁ ଯୀଶୁଙ୍କ ବିଷୟରେ ଯାହା ଶିକ୍ଷା ଦେଇଥିଲୁ ଯେତେବେଳେ ତୁମ୍ଭେମାନେ ପ୍ରଥମେ ବିଶ୍ୱାସୀ ହୋଇଥିଲ|”

ତୁମ୍ଭେମାନେ ଆରମ୍ଭରୁ ଯାହା ଶୁଣିଅଛ, ତାହା ଯଦି ତୁମ୍ଭମାନଙ୍କଠାରେ ଥାଏ

“ଯାହା ଆମ୍ଭେମାନେ ଶିକ୍ଷା ଦେଲୁ ତାହା ଯଦି ତୁମ୍ଭେମାନେ ନିରନ୍ତର ଭରୋସା କର”

ତାହାହେଲେ ତୁମ୍ଭେମାନେ ମଧ୍ୟ ପୁତ୍ର ଓ ପିତାଙ୍କଠାରେ ରହିବ

:୫ ୬ ରେ ଦେଖନ୍ତୁ କିପରି ଏହା ଅନୁବାଦ କରାଯାଇଛି

ଆଉ ସେ ଆମ୍ଭମାନଙ୍କୁ ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ଅନନ୍ତ ଜୀବନ

“ଏବଂ ସେ ଯାହା ପ୍ରତିଜ୍ଞା କରିଅଛନ୍ତି ଆମ୍ଭମାନଙ୍କୁ ଦେବା ନିମନ୍ତେ; ତାହା ଅନନ୍ତ ଜୀବନ ଅଟେ” କିମ୍ବା “ଆମ୍ଭେମାନେ ସଦାକାଳ ଜୀବିତ ରହିବା ନିମନ୍ତେ ସେ ଆମ୍ଭମାନଙ୍କୁ ପ୍ରତିଜ୍ଞା କରିଅଛନ୍ତି|”

ସେ ଆମ୍ଭମାନଙ୍କୁ ପ୍ରତିଜ୍ଞା କଲେ

ଏଠାରେ ଏହି ଶବ୍ଦ “ସେ” ଗୁରୁତ୍ୱପୂର୍ଣ୍ଣ ଅଟେ ଓ ଖ୍ରୀଷ୍ଟଙ୍କୁ ଦର୍ଶାଏ| ଏହି ଶବ୍ଦ “ଆମ୍ଭମାନଙ୍କୁ” ଯୋହନ ଓ ସମସ୍ତ ବିଶ୍ୱାସୀଙ୍କୁ, ଯେଉଁମାନଙ୍କୁ ସେ ଲେଖୁଛନ୍ତି ସେମାନଙ୍କ ସମେତ ସମସ୍ତଙ୍କୁ ଦର୍ଶାଏ| (ଦେଖନ୍ତୁ: ସୀମା ଅନ୍ତର୍ଗତ)

କୁପଥରେ ତୁମ୍ଭମାନଙ୍କୁ କଢ଼ାଇ ପାରନ୍ତି

“ତୁମ୍ଭେମାନେ ଯେ ମିଥ୍ୟାକୁ ବିଶ୍ୱାସ କର ଏହା ଚେଷ୍ଟା କରିପାରନ୍ତି” କିମ୍ବା “ଈଶ୍ୱର ଓ ତାହାଙ୍କ ସତ୍ୟତାରୁ ତୁମ୍ଭମାନଙ୍କୁ ଦୂରକୁ ଟାଣିବା ନିମନ୍ତେ ଇଛା କରନ୍ତି”