Door43-Catalog_or_tn/1JN/02/22.md

1.8 KiB

ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହା ଯେ ନାସ୍ତି କରେ, ତାହାଠାରୁ ଆଉ ମିଥ୍ୟାବାଦୀ କିଏ?

ଯୋହନ ଗୁରୁତ୍ୱ ଦେବା ନିମନ୍ତେ ଏହି ଆଳଙ୍କାରିକ ପ୍ରଶ୍ନକୁ ବ୍ୟବହାର କରନ୍ତି ଯେ, କିଏ ମିଥ୍ୟାବାଦୀ| ଏହି ପ୍ରଶ୍ନକୁ ଉତ୍ତର ସହିତ ଏହିପରି ଅନୁବାଦ କରାଯାଇପାରେ: “ମିଥ୍ୟାବାଦୀ କିଏ? ଏହା କେହି ଜଣେ ଯିଏ, ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି ଏହା ଅସ୍ୱୀକାର କରେ|” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହା ନାସ୍ତି କରେ

“ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହା କହିବାକୁ ଅସମ୍ମତ ହୁଏ” କିମ୍ବା “ଯୀଶୁ, ଖ୍ରୀଷ୍ଟ ନୁହନ୍ତି ତାହା କହେ”

ପିତା ଓ ପୁତ୍ରଙ୍କୁ ନାସ୍ତି କରେ

“ପିତା ଓ ପୁତ୍ରଙ୍କ ସତ୍ୟ ବିଷୟରେ କହିବାକୁ ଅସମ୍ମତ ହୁଏ” କିମ୍ବା “ପିତା ଓ ପୁତ୍ରଙ୍କୁ ଅଗ୍ରାହ୍ୟ କରେ|”

ପିତାଙ୍କୁ ପ୍ରାପ୍ତ ହୋଇ ନାହିଁ

“ପିତାଙ୍କ ଠାରୁ ନୁହେଁ”

ପୁତ୍ରଙ୍କୁ ସ୍ୱୀକାର କରେ

“ପୁତ୍ରଙ୍କ ସତ୍ୟ ବିଷୟରେ କହେ”

ପିତାଙ୍କୁ ପ୍ରାପ୍ତ ହୋଇଅଛି

“ପିତାଙ୍କ ଠାରୁ ଅଟେ”