Door43-Catalog_or_tn/1JN/02/20.md

1.8 KiB

ଆଉ ତୁମ୍ଭେମାନେ ସେହି ପବିତ୍ର ବ୍ୟକ୍ତିଙ୍କଠାରୁ ଅଭିଷେକ ପାଇଅଛ

“ଆଉ ଏହି ପବିତ୍ର ବ୍ୟକ୍ତି ତୁମ୍ଭମାନଙ୍କୁ ଅଭିଷେକ କରିଅଛନ୍ତି|” ପୁରାତନ ନିୟମରେ “ଅଭିଷେକ” ଯେଉଁ ବ୍ୟକ୍ତିଙ୍କୁ ଈଶ୍ୱରଙ୍କ ସେବାକାର୍ଯ୍ୟ କରିବା ନିମନ୍ତେ ପୃଥକ୍ କରାଯାଏ ତାହାଙ୍କ ଉପରେ ତୈଳ ଢ଼ଳାଯିବାକୁ ଦର୍ଶାଏ| ଏଠାରେ “ଅଭିଷେକ” ଏହା ଦର୍ଶାଏ ଯେ, ଈଶ୍ୱରଙ୍କ ସେବାକାର୍ଯ୍ୟ ନିମନ୍ତେ ପୃଥକ୍ କରିବା ପାଇଁ ଯୀଶୁ ବିଶ୍ୱାସୀମାନଙ୍କୁ ପବିତ୍ର ଆତ୍ମା ଦିଅନ୍ତି| ଏହା ଏହିପରି ଅନୁବାଦ କରାଯାଇପାରେ “ଆଉ ଯୀଶୁ ଖ୍ରୀଷ୍ଟ, ଯିଏ ପବିତ୍ର ବ୍ୟକ୍ତି ଅଟନ୍ତି, ତୁମ୍ଭମାନଙ୍କୁ ଆପଣା ଆତ୍ମା ଦେଇଅଛନ୍ତି|” (ଦେଖନ୍ତୁ: ଉଦାହରଣ)

କୌଣସି ମିଥ୍ୟା ସତ୍ୟରୁ ଜାତ ହୁଏ ନାହିଁ

“କୌଣସି ମିଥ୍ୟା ସତ୍ୟରୁ ଆସେ ନାହିଁ|” ଏହି ବାକ୍ୟାଂଶ “ସତ୍ୟ” ହୋଇପାରେ ଈଶ୍ୱରଙ୍କୁ ଦର୍ଶାଏ, ଯିଏ ସତ୍ୟରେ ପରିପୂର୍ଣ୍ଣ ଅଟନ୍ତି| ଏହା ଏହିପରି ମଧ୍ୟ ଅନୁବାଦ କରାଯାଇପାରେ “ସତ୍ୟ ବ୍ୟକ୍ତି ଠାରୁ କୌଣସି ମିଥ୍ୟା ଆସେ ନାହିଁ|”